
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ସୋମବାର ପୁଣି ଥରେ କୋର୍ଟରେ ହାଜର କରାଯାଇଛି। କୋର୍ଟ ରେ ହାଜର ବେଳେ ଗଣମାଧ୍ୟମକୁ ଶଙ୍କର ପୃଷ୍ଟି କହିଛନ୍ତି ସିବିଆଇକୁ ସବୁ ତଥ୍ୟ ଦେଇଛି, ତାଙ୍କୁ ପଚାର । ଆଜି ଶଙ୍କର, ସୁରେଶ, ସାଗରର ୪ଦିନିଆ ରିମାଣ୍ଡ ଶେଷ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ସିବିଆଇ ଆଉ ଜଣେ ଅଭିଯୁକ୍ତ ଆନ୍ତରାଜ୍ୟ ଦଲାଲ ଅମିତ ଭାରତୀଙ୍କୁ ବିହାରରୁ ଗିରଫ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା