ବନ୍ତ ଓ ନିଉଦାଣୀ ଶିଶୁ ମନ୍ଦିରରେ ସପ୍ତ ଶକ୍ତି କାର୍ଯ୍ୟକ୍ରମ
ଭଦ୍ରକ, ୨୨ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଟୋଲିର ସଦସ୍ୟା ମମତା ରାଣୀ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଧାନଚାର୍ଯ୍ୟ ଦାମୋଦର ନାୟକଙ୍କ ସଚାଂ
SISHU MANDIRA SAPTA SAKTI SANGAM PHOTO


ଭଦ୍ରକ, ୨୨ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଟୋଲିର ସଦସ୍ୟା ମମତା ରାଣୀ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରଧାନଚାର୍ଯ୍ୟ ଦାମୋଦର ନାୟକଙ୍କ ସଚାଂଳନରେ ଶିଶୁ ମନ୍ଦିର ସଭାପତି ସୁରେନ୍ଦ୍ର କୁମାର ବାରିକ୍ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ମାତୃ ଶକ୍ତିର ହିଁ ପରବାର ତଥା ରାଷ୍ଟ୍ର ନିର୍ମାଣର ମୁଖ୍ୟ ଅଙ୍ଗ ବୋଲି କହିଥିବା ବେଳେ ସଫଳ ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାତୀୟ ଗଣିତ ଦିବସ ଉପଲକ୍ଷେ ଗଣିତ ପତ୍ରବାଚନ, କୁଇଜ୍ ଓ ଗଣିତ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୨୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ସଂଯୁକ୍ତା ପେଡା, ଆଚାର୍ଯ୍ୟ କିଶୋର କୁମାର ସେନାପତି, ପ୍ରଶନ୍ନ କୁମାର ଖୁଟିଂଆ, ପବିତ୍ରା ଶତପଥି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ହାଟଡିହି ବ୍ଲକ ନିଉଦାଣୀ,ସୋସୋ, କାନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଚାର୍ଯ୍ୟା ମାନାରାଣି ତ୍ରିପାଠୀଙ୍କ ସଂଯୋଜନାରେ ହାଟଡିହି ବ୍ଲକ ମହିଳା ବଡଦର୍ଶିକା ନିରୁପମା ରାଉତ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ପଚାଂୟତ ବାଳିକା ବିଦ୍ୟାଳୟ ତରତରାର ସହକାରୀ ଶିକ୍ଷୟିତ୍ରୀ ତଥା ସୁସାହ୍ୟିତିକା କାଚଂନ ବାଳା ଜେନା ଯୋଗଦେଇ ମା ମାନଙ୍କର ସପ୍ତଶକ୍ତି କାର୍ଯ୍ୟକ୍ରମ ଉପରେ କହିଥିବା ବେଳେ ପିଲା ମାନଙ୍କୁ ସୁ ନାଗରିକ କରି ଗଢି ତୋଳିବାରେ ଭୂମିକା ଉପରେ ବୁଝାଇ ଥିଲେ । କମିଟି ସଭ୍ୟା ରଞ୍ଜୁଲତା ରାଉତ, ସୁଚିସ୍ମିତା ଜେନା ଯୋଗଦେଇ ମା ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ ସମ୍ମିଳନୀରେ ୰ ନିରଞ୍ଜନ ମିଶ୍ରଙ୍କ ପତ୍ନୀ ରତ୍ନମଣି ମିଶ୍ର ଜୀବନରେ ଅକାନ୍ତ ପରିଶ୍ରମ କରି ନିଜର ସନ୍ତାନ ମାନଙ୍କୁ ସୁନାଗରିକ କରି ଗଢି ତୋଳିଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ମାତା, ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ପ୍ରଦୀପ୍ତ ପାଣିଗ୍ରାହୀ, ଶରତ କୁମାର ବିନ୍ଧାଣୀ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande