
ଜୟପୁର, ୨୨ ଡିସେମ୍ବର (ହି.ସ.) - ଘର ମାଲିକ ଙ୍କୁ ଆକ୍ରମଣ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଭଡାରହୁଥିବା ଲୋକେ ଘରମାଲିକକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେବା ପରେ ଜୟପୁର ସଦର ପୋଲିସ ମାମଲା ରୁଜୁ କରିଛି। ପୋଲିସ ସୂଚନା ଅନୁଯାଇ ଜୟପୁର ସଦର ଥାନା ପାଞ୍ଜିଆଗୁଡା ଅଂଚଳର ଶ୍ୟାମଘନ ରଥ ଦୀର୍ଘଦିନ ହେଲା ତାଙ୍କ ଘରେ ସିତାରାମ ସନ୍ୟାସୀ ନାମକ ପରିବାରକୁ ଭଡା ଦେଇଥିଲେ। ଗତକାଲି ମାଲିକ ଶ୍ୟାମଘନ ଘର ଖାଲି କରିବାକୁ କହିବାରୁ ଭଡାରେ ରହୁଥିବା ସିତାରାମ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି