
ଖୋର୍ଦ୍ଧା, ୨୨ ଡିସେମ୍ବର (ହି.ସ.)- ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ଯଦୁମଣି ଆଥେଲେଟିକ ଇଟାମାଟି ଓ କେରଙ୍ଗ ଏକାଦଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧର ଶେଷ ସୁଦ୍ଧା କେରାଙ୍ଗ ଏକାଦଶ ଖେଳର ୨୮ତମ ମିନିଟରେ ୧୨ନମ୍ବର ଖେଳାଳି ଗୋଲ ଦେଇଥିଲେ। ପରେ ଦିତିୟାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଫଳରେ କେରଙ୍ଗ ଏକାଦଶ ୧-୦ ଗୋଲରେ ଅଗ୍ରଣୀ ରହି ଦ୍ୱିତୀୟ ଦଳ ଭାବେ ସେମିକୁ ପ୍ରଵେଶ କରିଛି।
ଆଜିର ଏହି ମ୍ୟାଚକୁ ଜ୍ୟୋତିରଞ୍ଜନ ପରିଡ଼ା ପରିଚାଳନା କରିଥିବା ବେଳେ ସଗିର ଅହେମ୍ମଦ ଓ ଗିରିଶ ଚନ୍ଦ୍ର ଜାନି ତାଙ୍କୁ ଲାଇନରେ ସହାୟତା କରିଥିଲେ । ଚତୁର୍ଥ ରେଫରି ମକଦୁଲ ଅହେମ୍ମଦ କାର୍ଯ୍ୟ ନିର୍ବାହ କରିଥିଲେ। ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ନାଲିପଡା ଅର୍ଜୁନପୁର ସରପଞ୍ଚ ସୂର୍ଯ୍ୟ ମହାନ୍ତି, ଲକ୍ଷ୍ମୀଧର ବଡ଼ଜେନା, ମହମ୍ମଦ ଜମିରୁଲ ରହେମନ, ନଶିମୁଦ୍ଦିନ ଅହେମ୍ମଦ, ହଜି ଇସମାଇଲ, ଜାପାନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ଶରଧାପୁର ସ୍ପୋର୍ଟସ ଆସୋସିଏସନ ଓ ଗୋପାଳପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ଏସ କେ ହୁଦା ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ