
ଜୟପୁର, ୨୨ ଡିସେମ୍ବର (ହି.ସ.)- ସୋମବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ( ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ), ତପନ ଚରଣ ତ୍ରିପାଠୀ ( ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ), ଶ୍ରୀମତୀ କସ୍ତୁରୀ ଆଚାର୍ଯ୍ୟ ( ଅଧ୍ୟାପିକା)ଙ୍କ ଉପସ୍ଥିତିରେ ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଏବଂ ବିଦ୍ୟାଳୟର ଗୁରୁଜୀ ଶୁକଦେବ ସାହୁ, ଅନିଲ କୁମାର ଶତପଥୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗଣିତ ହ।ଟ, ଗଣିତ କ୍ରିୟାକଳାପ, ଗଣିତ ପ୍ରକଳ୍ପ, ଗଣିତ ନମୁନା, ଗଣିତ ଶିକ୍ଷଣ, କ୍ରମିକ ଯୋଗ, ଓଲଟା ସଂଖ୍ୟା ଗଣିବା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଶିଶୁ ଭାଇ ଭଉଣୀ ମାନେ ଜିନିଷ ବିକ୍ରୟ କରି ଗଣିତ ସମ୍ବନ୍ଧୀୟ ପ୍ରତ୍ୟକ୍ଷ ଅନୁଭବ ପାଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି