
କେନ୍ଦୁଝର, ୨୨ ଡିସେମ୍ବର (ହି.ସ.) - ଟାଟା ଷ୍ଟିଲ ଓ ପରିବେଶ ପ୍ରେମୀଙ୍କ ଉଦ୍ୟମରେ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ସାନଘାଗରାଠାରେ ପ୍ଲାଷ୍ଟିକମୁକ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମ ସହ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦୁଝରର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିବେଶ ଓ ଟାଟା ଷ୍ଟିଲ ଫାଉଣ୍ଡେସନର ୨୫ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ, ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଚେତନତା ସମ୍ପର୍କିତ ପାମ୍ପଲେଟ ବଂଟନ କରାଯିବା ସହ ପ୍ଲାଷ୍ଟିକ ବ୍ୟବହାର ନକରିବା ସମ୍ପର୍କରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିସହ ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଏକ ବ୍ୟାନର ଲଗାଯାଇଥିଲା।
ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସିଥିବା ସ୍କୁଲ ଛାତ୍ରଛାତ୍ରୀମାନେ ସଫେଇ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପିଲାମାନଙ୍କ ମଧ୍ୟରେ ପରିବେଶ ପ୍ରତି ସେମାନଙ୍କର ଦାୟିତ୍ୱବୋଧ ପରିପ୍ରକାଶ ନିମନ୍ତେ ଏହି କାର୍ଯ୍ୟକ୍ରମ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କ ସହଯୋଗରେ ସଫଳତାର ସହ ସମାପନ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA