
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)-ଭିଜିଲାନ୍ସ ଜାଲରେ
ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼
ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି ।
ବାଲେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି
ହୋଇଥିବା ୱାରେଂଟ ଆଧାରରେ ବାଲେଶ୍ୱର ଓ ସୁନ୍ଦରଗଡର 5ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଏହି
ତଲାସି କାର୍ଯ୍ୟକ୍ରମରେ 3 ଜଣ ଡିଏସପି, 6 ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି
।
ତାଙ୍କର ବାଲେଶ୍ୱରର ଗୋପାଳଗାଁଓରେ ତିନିମହଲା ବିଲ୍ଡିଂ, ଏକ
ତିନିମହଲା ମାର୍କେଟ କମ୍ଲେକ୍ସ ଓ ଜିମ୍, ବାଲେଶ୍ୱରର କଲ୍ୟାଣ ମଣ୍ଡପ, ସୁନ୍ଦରଗଡ ସ୍ଥିତ
କାର୍ଯ୍ୟାଳୟ ଓ ସୁନ୍ଦରଗଡରେ ଥିବା ଭଡା ଘରେ ଚଢାଉ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା