
ଭୁବନେଶ୍ୱର ,୨୨ ଡିସେମ୍ବର (ହି.ସ.) - ବିନା ମୂଲ୍ୟରେ ହେଲା ବ୍ୟୟ ବହୁଳ ଚିକିତ୍ସା । ଆଶା ନଥିବା ଜୀବନକୁ ଜୀବନ ଦାନ ଦେଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରି ଟିମ୍ । ସରକାରଙ୍କ ସହାୟତାରେ ବ୍ୟୟ ବହୁଳ ଚିକିତ୍ସାଙ୍କୁ ମାଗଣା ରେ କରିଛି ଭୁବନେଶ୍ୱର ର ମୁଖ୍ୟ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲ । ମୁଖ୍ୟ ରକ୍ତନଳୀ ଅସ୍ତ୍ରପ୍ରଚାର ରେ ସଫଳ ହୋଇଛି କ୍ୟାପିଟାଲ ହସ୍ପିଟାଲ ଓପିଡି ଷ୍ଟାଫ୍ ଡ. ପି କେ ଦାସ, ଡ. ଏସ କେ ସାହୁ ,ଡ. ଏସ ଏସ ପଟ୍ଟନାୟକ ଓ ତାଙ୍କର ଟିମ୍ ମିଶି ଏକ ବ୍ୟୟ ବହୁଳ ଚିକିତ୍ସାକୁ ବିନା ମୂଲ୍ୟରେ ସଫଳ କରିଛନ୍ତି। ରୋଗୀଙ୍କ ଘର କାକଟପୁର ହୋଇଥିବା ବେଳେ ରୋଗୀଙ୍କୁ ୬୬ ବର୍ଷ। ପରିବାର ଲୋକ ଜାଣିବାକୁ ପାଇଥିଲେ ନୀଳମଣି ବେହେରାଙ୍କ ମୁଖ୍ୟ ରକ୍ତନଳୀ ଫାଟିଯାଇଛି। ଏହା ଜାଣିବା ପରେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଦୌଡ଼ି ଥିଲେ ପରିବାର ଲୋକେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବବୋଲି ସେମାନେ କହିଥିଲେ। ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ପରିବାର ପାଖରେ ନଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଡ. ପିକେ ଦାସଙ୍କ ସହ ଆଲୋଚନା କରିଥିଲେ ପରିବାର । ଏହାପରେ ସଜର୍ରୀ କରିବାପାଇଁ କହିଥିଲେ ଡାକ୍ତର। ଆଜି ୩୦ ମିନିଟ୍ ଧରି ଅପରେସନ ପରେ ସଫଳତା ପାଇଛି ଡାକ୍ତରୀ ଟିମ୍।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା