୪୨ତମ ରାଜ୍ୟ ସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ : ଜିସିସି ଇନ୍ଦୁପୁର ବିଜୟୀ
ଧର୍ମଶାଳା, ୨୨ ଡିସେମ୍ବର (ହି.ସ.)- ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଆଜିର ମ୍ୟାଚ ମା ବାଟ ମଙ୍ଗଳା ୟୁନିକ୍ ଇଲେଭେନ୍ ଭଦ୍ରକ ଓ ଜିସିସି ଇନ୍ଦୁପୁର କ୍ରିକେଟ୍ ଟିମ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚର
୪୨ତମ ରାଜ୍ୟ ସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ : ଜିସିସି ଇନ୍ଦୁପୁର ବିଜୟୀ


ଧର୍ମଶାଳା, ୨୨ ଡିସେମ୍ବର (ହି.ସ.)- ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନୀଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୨ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଆଜିର ମ୍ୟାଚ ମା ବାଟ ମଙ୍ଗଳା ୟୁନିକ୍ ଇଲେଭେନ୍ ଭଦ୍ରକ ଓ ଜିସିସି ଇନ୍ଦୁପୁର କ୍ରିକେଟ୍ ଟିମ୍ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଟସ୍‌ରେ ଜିତି ୟୁନିକ ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ୨୫ ଓଭରରେ ୯ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଧନଞ୍ଜୟ ଯାଦବ ୪୪ ଓ ଜନ୍ମେଜୟ ସାହୁ ୩୮ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଅମନୁ ନୱାବ ଓ ହିମାଂଶୁ ଶେଖର ଉଭୟ ୫ଟି ଲେଖାଁଏ ଉଇକେଟ ନେଇଥିଲେ । ଜବାବରେ ୧୯୯ ରନର ବିଜୟ ଲକ୍ଷ୍ୟ ନେଇ ଇନ୍ଦୁପୁର ୨୦ ଓଭରରେ ବିନା ଉଇକେଟ ହରାଇ ୨ଶହ ରନ ସଂଗ୍ରହ କରି ଏହି ମ୍ୟାଚକୁ ୧୦ ଉଇକେଟରେ ଜିତି ଯାଇଥିଲା । ଦଳ ପକ୍ଷରୁ ଏମଡି ମହମ୍ମଦ ସର୍ବାଧିକ ୪୭ ବଲରେ ୧୦୩ ରନ ଓ ଗୌରବ ଚୌଧୂରୀ ୯୪ ରନ ସଂଗ୍ରହ କରିଥିଲେ । ଏମଡି ମହମ୍ମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା । ଆଜିର ଖେଳକୁ ଉତ୍କଳ ଜେନା ଓ ସୁମନ ସାହୁ ପରିଚାଳନାରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥିଭାବେ ମହେଶ୍ୱରପୁର ପଂଚାୟତ ସମିତି ସଭ୍ୟା ସ୍ମୃତି ରେଖା ସାମଲ ଓ ଗୌରାଙ୍ଗ ସାମଲ ଯୋଗ ଦେଇ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସ୍କୋରର ଭାବେ ଇମ୍ରାନ ଖାଁନ, ଅରୁଣ ପତି, ପ୍ରୀୟନାଥ ରାଉତ ଓ ସ୍କୋରଭାବେ ସାଇ ପ୍ରବୀର ଓ ବବି ନାରାୟଣ ସେଠୀ ଓ ଭାଷ୍ୟକାରଭାବେ ବଳରାମ ସାହୁ, ବଳରାମ ସାହୁ (ଜୁନିଅର), ରୋସନ ସାହୁ ଓ ସୁମନ ରାଉତ ସହଯୋଗ କରିଥିଲେ । ରଘୁନାଥ ଜେନା, ମାଧବାନନନ୍ଦ ଜେନା, ହେମନ୍ତ ସାହୁ, ରଂଜିତ ନାୟକ, ଦିଲ୍ଲୀପ ଜେନା, ନିରଞ୍ଜନ ଜେନା, ସୁନିଲ ଜେନା, କବି ଚନ୍ଦ୍ର ସାହୁ, ପ୍ରଭାକର ସାହୁ, ଶୁକଦେବ ବିଶ୍ୱାଳ ଓ ସତ୍ୟସାଇ ସେବା ସମିତିର ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ । ମଙ୍ଗଳବାର ଦିନ ମା ବାଟ ମଙ୍ଗଳା କ୍ରିକେଟ୍ ଗୋଳକୁଣ୍ଡ ଓ ବାପୁଜୀ ସ୍ପୋର୍ଟ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande