
ଭୁବନେଶ୍ବର 23 ଡିସେମ୍ବର (ହି.ସ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ୫୦ତମ ପ୍ରାନ୍ତ ଅଧିବେଶନର ଉଦଘାଟନ ସତ୍ର ଆଜି ଦିବା ୧୨ .୧୫ ଘଟିକାରେ ରକ୍ତତୀର୍ଥ ଇରମ ନଗର ,ଗାନ୍ଧୀ ପଡିଆ ଭଦ୍ରକ ଠାରେ ଅନୁଷ୍ଠିତ ହେବ l ଏଥିରେ ମୁଖ୍ୟ ଅତିଥି ରୂପେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓଡିଶା ସରକାର ଶ୍ରୀ ସୂର୍ଯ୍ୟବଂଶୀ ସୂରଜ , ଉଦ୍ଘାଟକ ରୂପେ ପଦ୍ମଶ୍ରୀ ପ୍ରୋଫେସର ଆଦିତ୍ୟ ପ୍ରସାଦ ଦାସ, ସମ୍ମାନିତ ଅତିଥି ରୂପେ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ନାୟକ ଯୋଗଦେବେ ବୋଲି ପରିଷଦ ସୁତ୍ରରୁ ଜଣା ପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ