ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ସେହିପରି ଚାନ୍ଦବାଲି, ଭବାନୀପାଟଣା ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛ
ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।

ସେହିପରି ଚାନ୍ଦବାଲି, ଭବାନୀପାଟଣା ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି ।

ଅନୁରୂପ ଭାବେ ଆଜି ସକାଳେ ବରଗଡ଼, ପାରାଦୀପ, ସମ୍ବଲପୁର ଏବଂ ହିରାକୁଦରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande