ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର
ଗଂଜାମ, 23 ଡିସେମ୍ବର (ହି.ସ.) ନିମଖଣ୍ଡି ଥାନା ବୋରିଗାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି‌ ପ୍ରଚଣ୍ଡ ଶଦ୍ଦ ହେବା ସହ ବିସ୍ଫୋରଣରେ ଗୃହଟି ସମ୍ପୂର୍ଣ ଭୁଷୁଡିପଡିଛି। ଘରେ ଥିବା ପ୍ରଫୁଲ୍ଲ ରାଉତ ଗୁରୁତର ଆହତ ହୋଇଛନ୍ତି ‌। ଏହା ସହ ଆଖପାଖ ଚାରୋଟି ଗୃହର‌ କାନ୍ଥ ବାଡ ଫାଟିଯାଇଛି ।
ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର


ଗଂଜାମ, 23 ଡିସେମ୍ବର (ହି.ସ.)

ନିମଖଣ୍ଡି ଥାନା ବୋରିଗାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି‌ ପ୍ରଚଣ୍ଡ ଶଦ୍ଦ ହେବା ସହ ବିସ୍ଫୋରଣରେ ଗୃହଟି ସମ୍ପୂର୍ଣ ଭୁଷୁଡିପଡିଛି। ଘରେ ଥିବା ପ୍ରଫୁଲ୍ଲ ରାଉତ ଗୁରୁତର ଆହତ ହୋଇଛନ୍ତି ‌। ଏହା ସହ ଆଖପାଖ ଚାରୋଟି ଗୃହର‌ କାନ୍ଥ ବାଡ ଫାଟିଯାଇଛି ।‌ ଵ୍ରହ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ କରିଛନ୍ତି। ଗୁରୁତର ଆହତ ହୋଇଥିବା ପ୍ରଫୁଲ୍ଲଙ୍କୁ ପୁଲିସ ଵ୍ରହ୍ମପୁର ଵଡଡାକ୍ତର ଖାନାରେ ଚିକିତ୍ସା ପାଇଁ ‌ଭର୍ତ୍ତି କରିଛି ଓ ଘଟଣାର‌ ତଦନ୍ତ‌ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande