

ମାଲକାନଗିରି, ୨୩ ଡିସେମ୍ବର (ହି.ସ.)
ମାରଂଗୁରୁ ଆଦିବାସୀ ସଂ।ସ୍କୃତିକ ସଂଘ ପକ୍ଷରୁ ସାନ୍ତାଳୀ ଭାଷା ଦିବସ ଏବଂ ଅଲଚିକି ଶତବାର୍ଷିକୀ ଉତ୍ସବ ଆଡ଼ମ୍ବର ପୂର୍ଣ୍ଣିଭାବେ ଗତକାଲି ମାଲକାନଗିରି ଏମଭି ୨ ଗ୍ରାମ ଠାରେ ପାଳିତ ହୋଇଯାଇଛି।
ସାନ୍ତାଳୀ ଭାଷା ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ ମସିହା ରେ ମୟୁରଭଞ୍ଜ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଉଦ୍ଭାବନ କରିଥିଲେ । ଡିସେମ୍ବର ମାସ ୨୨ ତାରିଖ ୨୦୦୩ ମସିହାରେ ଏହି ସାନ୍ତାଳୀ ଭାଷା ଭାରତ ସମ୍ବିଧାନର ଅନୁମୋଦନ ପାଇ ୮ମ ଅନୁଛେଦରେ ଅନ୍ତର୍ଭୁକ୍ତ ହୋଇଅଛି । ସେହି ଦିନ ଠାରୁ ସାନ୍ତାଳୀ ଭାଷା ଏକ ତାଲିକାଭୁକ୍ତ ଭାରତୀୟ ଜାତୀୟ ଭାଷାରେ ପରିଗଣିତ ହେଲା। ଏହି ପବିତ୍ର ଓ ମହାନ ଦିନକୁ ମନେ ପକେଇ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ଭାରତ ଭିତରେ ଏବଂ ବିଦେଶରେ ମଧ୍ୟ ହସଖୁସିରେ ନାଚଗୀତ କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥାନ୍ତି ।
ମାଲକାନଗିରି ଏମଭି ୨ ମାଧପୁର ଗ୍ରାମର ମାରଂଗୁରୁ ଆଦିବାସୀ ସଂ।ସ୍କୃତିକ ସଂଘ ପକ୍ଷରୁ ସଂଘର ସଭାପତି ବାବୁଲାଲ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଵନବାସୀ ଗବେଷକ ସମାଜସେବୀ ରତ୍ନାକର ଦାଶ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଟି କୁ ଉଦଘାଟନ କରିଥିଲେ। ଭାଷା ଓ ସଂସ୍କୃତି ହେଉଛି ମନ୍ୟୁଷ୍ୟର ଆତ୍ମିକ ଚେତନା ର ନମାନ୍ତର,ଯେଉଁ ଜାତିର ମାତୃଭାଷା ଯେତେ ସୁଦୃଢ ସେ ଜାତିର ବିକାଶ ସେତେ ହୁଏ ଅଗ୍ର ଗତି, ଏହା ଜାଣିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ ତେଣୁ ସାନ୍ତାଳୀ ସମ୍ପ୍ର ଦାୟ ଙ୍କ ମାତୃଭାଷା ଅଲଚିକ କୁ ଗୁରୁତ୍ୱ ଦେଇ ପ୍ରଚାର ପ୍ରସାର କରିଥିଲେ, ଏବେ ସେ ଭାଷା ମାନ୍ୟତା ପାଇପାରିଛି, ସାନ୍ତାଳୀ ସମ୍ପ୍ର ଦାୟ ଙ୍କ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ଭଗବାନ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ।ଏହି ଅବସର ରେ ସମ୍ମାନିତ ଅତିଥି ଭାବେ ନାରାନ୍ ହାଁସଦା, ମାନିକ ହାଁସଦା,ଗ୍ରାମ ମୁଖିଆ ରୁପଲାଲ୍ ସୋରେନ୍ ଉପସ୍ଥିତ ରହି ଅଲଚିକ ଭାଷା ର ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ବହୁମୁଖୀ ପ୍ରତିଭା ଓ ଅଲଚିକ ଭାଷା ସମ୍ପର୍କ ରେ ଉଦବୋଧନ ଦେଇଥିଲେ।ମାରାଂବୁରୁ ଆଦିବାସୀ ସାଂସ୍କୃତିକ ସଂଘ ର ରଞ୍ଜନ ହାଁସଦା, ପ୍ରିୟଙ୍କା ହାଁସଦା, ଭାରତୀ ମୁର୍ମୁ, ଶିବାନୀ ହେମ୍ବ୍ରମ, ପାରାନିକ୍ କଲ୍ପନା ମୁର୍ମୁ, ଭୁପେସ ହାଁସଦା, ମହେଶ୍ୱର ମୁର୍ମୁ, ମୁନସି ହେମ୍ବ୍ରମ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ଟି କୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ଆଖ ପାଖ ୫ଟି ସାନ୍ତାଳୀ ଗ୍ରାମ ମୁଖିଆ ସହିତ ଅନେକ ଶତାଧିକ ସାନ୍ତାଳୀ ପୁରୁଷ ଓ ମହିଳା ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସାନ୍ତାଳୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପାରମ୍ପରିକ ସାନ୍ତାଳୀ ଗୀତ ଗାଇ ନୃତ୍ୟ ପରିବେଶଣ କରିଥିଲେ।
ସୂଚନା ଯୋଗ୍ୟ ଯେ ଗତ ୨୦୦୯ ମସିହାରେ ତତ୍କାଳୀନ ମାଲକାନଗିରି ପୈ।ରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାକୁରଦାସ ହାଁସଦା ସଂଘର ଉଦ୍ଦ୍ୟକ୍ତା ଭାବେ ପଣ୍ଡିତ ରଘୁନାଥ ମୁର୍ମୁ୍ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ସେହିଦିନଠାରୁ ମାଧପୁର ଠାରେ ପ୍ରତିବର୍ଷ ପାଳନ ହେଉଅଛି ଉତ୍ସବ । ଏହି ବର୍ଷ ସାନ୍ତାଳୀ ଭାଷା ଉଦ୍ଭାବନର ୧୦୦ ବର୍ଷ ହୋଇଥିବାରୁ ସାନ୍ତାଳୀ ଭାଷା ଦିବସ ସହିତ ଅଲଚିକି ଶତବାର୍ଷିକୀ ମଧ୍ୟ ପାଳନ କରାଯାଇଛି । ରାତ୍ର ରେ ବିଭିନ୍ନ ଗ୍ରାମ ରୁ ଆସିଥିବା ସାନ୍ତାଳୀ ସମ୍ପ୍ର ଦାୟ ର ପୁରୁଷ ଓ ମହିଳା ପାରମ୍ପରିକ ନୃତ୍ୟ ସଙ୍ଗୀତ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ