ଆଜି  ପିସିସିସଭାପତିଙ୍କ ମାଲକାନଗିରି ଗସ୍ତ
ଭୁବନେଶ୍ବର23 ଡିସେମ୍ବର (ହି.ସ) –ମାଲକାନଗିରିରେ ଶାନ୍ତି ଫେରାଇବାର ପ୍ରୟାସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ମଙ୍ଗଳବାର ମାଲକାନଗିରି ଗସ୍ତ କରିବ। ଉକ୍ତ ପ୍ରତିନିଧି ଦଳରେ କଂଗ୍
କଂଗ୍ରେସ


ଭୁବନେଶ୍ବର23 ଡିସେମ୍ବର (ହି.ସ) –ମାଲକାନଗିରିରେ

ଶାନ୍ତି

ଫେରାଇବାର ପ୍ରୟାସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ଭକ୍ତ ଚରଣ

ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ମଙ୍ଗଳବାର ମାଲକାନଗିରି ଗସ୍ତ କରିବ। ଉକ୍ତ ପ୍ରତିନିଧି

ଦଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ

କଂଗ୍ରେସ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ

ବାହିନୀପତି, ପିସିସି ଗଣମାଧ୍ୟମ ବିଭାଗର

ଅଧ୍ୟକ୍ଷ, ତିନି ବରିଷ୍ଠ ଆଇନଜୀବୀ

ନିଶିକାନ୍ତ ମିଶ୍ର, ଲଲାଟେନ୍ଦୁ ଦାସ ଓ ମନୋଜ

ନାୟକଙ୍କ ଏକ ପ୍ରତିନିଧି ଦଳ ପ୍ରମୁଖ ପ୍ରଭାବିତ ଏମ୍‌ଭି-୨୬ ଓ ଆଖପାଖ ଅଞ୍ଚଳ ଗସ୍ତ କରିବେ

ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande