ଓଏସ୍‌ସିଏସ୍‌ସିର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକ ଗିରଫ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ଓଏସ୍‌ସିଏସ୍‌ସିର ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଏଜ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍‌ସିଏସ୍‌ସି)
ରବୀନ୍ଦ୍ର ବାରିକ


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ଓଏସ୍‌ସିଏସ୍‌ସିର ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ଆୟ

ବହିର୍ଭୁତ ସମ୍ପତ୍ତି ଠୁଳ କରିବା ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଓଡ଼ିଶା

ଭିଜିଲାନ୍ସ ମଙ୍ଗଳବାର ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଏଜ୍ କର୍ପୋରେସନ୍ ଲିମିଟେଡ୍ (ଓଏସ୍‌ସିଏସ୍‌ସି), ସୁନ୍ଦରଗଡ଼ ଜିଲ୍ଲା

ପ୍ରବନ୍ଧକ (ଡିଏମ୍) କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର

ବାରିକଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା (ଡିଏ) ମାମଲାରେ ଗିରଫ କରିଛି। ତାଙ୍କୁ ଆଜି

ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି (ଭିଜିଲାନ୍ସ) ଅଦାଲତରେ ହାଜର କରାଯିବ।

ଭିଜିଲାନ୍ସ ଅଧିକାରୀମାନଙ୍କ କହିବାନୁସାରେ, ରବୀନ୍ଦ୍ରଙ୍କ

ସଂପୃକ୍ତ ବିଭିନ୍ନ ଠିକଣାରେ କରାଯାଇଥିବା ତଲାଶୀ ସମୟରେ ଆୟ ଠାରୁ ଅଧିକ ସମ୍ପତ୍ତି ଥିବା

ପ୍ରମାଣ ମିଳିଛି। ଜବତ ସମ୍ପତ୍ତି ମଧ୍ୟରେ ଗୋଟିଏ ବହୁମହଲା ବିଲ୍ଡିଂ, ଜିମ୍ ସହିତ ଗୋଟିଏ

ମାର୍କେଟ୍ କମ୍ପ୍ଲେକ୍ସ, ବାଲେଶ୍ୱର ସହରରେ ଗୋଟିଏ

କଲ୍ୟାଣ ମଣ୍ଡପ, ବାରିପଦା ସହରରେ

ଗୋଟିଏ ବିଲ୍ଡିଂ, ବାଲେଶ୍ୱର ଓ ଆଖପାଖ

ଅଞ୍ଚଳରେ ଚାରିଟି ମୂଲ୍ୟବାନ ଜମି ଖଣ୍ଡ, ୧୭୫ ଗ୍ରାମ ସୁନା ଏବଂ ₹୪୩.୮୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରାଶି ସାମିଲ ଅଛି। ଅଭିଯୁକ୍ତ

ଏହି ସମ୍ପତ୍ତିମାନଙ୍କ ସମ୍ପର୍କରେ ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇପାରି ନାହାନ୍ତି।

ଏହି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ସଂଖ୍ୟା ୧୯/୨୦୨୫

ଅନୁସାରେ ଦୁର୍ନୀତି ନିବାରଣ ଆଇନ (ପିସି ଆକ୍ଟ) ଅଧୀନରେ ମାମଲା ରୁଜୁ କରାଯାଇଛି। ମାମଲାର ଅଧିକ

ତଦନ୍ତ ଚାଲୁ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande