ପ୍ରତ୍ୟେକ ଶିଶୁ ଗଣନା ଉପରେ ବ୍ଲକ ସ୍ତରିୟ ଏକ ଦିବସିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଜୟପୁର, ୪ ଡିସେମ୍ବର (ହି.ସ.)-ଜୟପୁର ବ୍ଲକ ସଭାଗୃହରେ ପ୍ରତ୍ୟେକ ଶିଶୁ ଗଣନା ଉପରେ ବ୍ଲକ ସ୍ତରିୟ ଏକ ଦିବସିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏଠାରେ ସିଆରସିସି ଭାଗିରଥି ବାରିକ ଓ ଜ୍ୟୋତି ସଙ୍କର ତ୍ରିପାଠି ତାଲିମ ଦେଇଥିଲେ । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି
ପ୍ରତ୍ୟେକ ଶିଶୁ  ଗଣନା  ଉପରେ ବ୍ଲକ ସ୍ତରିୟ ଏକ ଦିବସିୟ ପ୍ରଶିକ୍ଷଣ   କାଯ୍ୟକ୍ରମ


ଜୟପୁର, ୪ ଡିସେମ୍ବର (ହି.ସ.)-ଜୟପୁର ବ୍ଲକ ସଭାଗୃହରେ ପ୍ରତ୍ୟେକ ଶିଶୁ ଗଣନା ଉପରେ ବ୍ଲକ ସ୍ତରିୟ ଏକ ଦିବସିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏଠାରେ ସିଆରସିସି ଭାଗିରଥି ବାରିକ ଓ ଜ୍ୟୋତି ସଙ୍କର ତ୍ରିପାଠି ତାଲିମ ଦେଇଥିଲେ । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ବ୍ଲକ ଅଧିନରେ ଥିବା ଅଙ୍ଗନବାଡି, ଶିକ୍ଷକ, ସ୍ୱାସ୍ଥ୍ୟ କର୍ମି ଓ ଜେଣ୍ଡର ସିଆରପି, ସମିତି ସଭ୍ୟ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ । ଶିଶୁ ମାନଙ୍କର ସୁରକ୍ଷା, ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ମୁକ୍ତ କରିବା, ଶିଶୁର ସୁରକ୍ଷା ପାଇଁ ମୋବାଇଲ ଗେମ ଠାରୁ ଦୂରେଇ ରଖିବା, ବାଲ୍ୟ ବିବାହ ମୁକ୍ତ କରିବା ଆଦି ଉପରେ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande