
କନ୍ଧମାଳ , ୫ ଡିସେମ୍ବର (ହି.ସ.) - ଆଜି ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଆର୍ôଥକ କ୍ଷେତ୍ରରେ ଦାବି କରାଯାଇନଥିବା ସମ୍ପତିର ଶିଘ୍ର ବିନିଯୋଗକୁ ସହଜ କରିବା ପାଇଁ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହାର ଶୀର୍ଷକ ଥିଲା “ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’’ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ,କନ୍ଧମାଳ ବେଦଭୂଷଣ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲାରେ ୭୦ ହଜାର ୭୦୫ଟି ଦାବିହୀନ ଆକାଉଂଟରେ ପ୍ରାୟ ୩୨ କୋଟି ୧୪ ଲକ୍ଷ ୩ ହଜାର ୬୬୯.୩ ଟଙ୍କା ଜମା ରହିଛି । ଜିଲ୍ଲାପାଳ ୧୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ଏବଂ ଦାବିହୀନ ଜମାରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଜିଏମ୍ (ରିଜର୍ଭ ବ୍ୟାଙ୍କ) ମଧୁକର ଆନନ୍ଦ, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସିଦ୍ଧାର୍ଥ ରଞ୍ଜନ ପତି, ଆଂଚଳିକ ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ନୀଳାଂଚଳ ସୁବୁଦ୍ଧି , ସମସ୍ତ ବ୍ୟାଙ୍କର ଶାଖା ପ୍ରବନ୍ଧକ, ସମସ୍ତ ଜୀବନ ବୀମା ନିଗମର ପ୍ରବନ୍ଧକ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ