ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଆଇଟି-ଆଇଟିଇଏସ୍ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (ଇ ଆଣ୍ଡଏଚ୍‌) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯା
ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ


ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଆଇଟି-ଆଇଟିଇଏସ୍ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (ଇ ଆଣ୍ଡଏଚ୍‌) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସିଟିଟିସି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ପ୍ରଶିକ୍ଷଣର ଆୟୋଜନ କରାଯାଇଥିଲା ।

ଉଦଯାପନୀ କାର୍ଯ୍ୟକ୍ରମରେ ସିଟିଟିସିଠାରେ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ, ସିନିୟର ମ୍ୟାନେଜର୍ (ଟ୍ରେନିଂ) କେ.ଏମ୍ ରାଜନ୍ ପ୍ରମୁଖ ଉପସ୍ଥିତ ଥିଲା ବେଳେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ମଧୁସୂଦନ ମଲ୍ଲିକ, ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଉପନିର୍ଦ୍ଦେଶକ ସୁଶ୍ରୀ ସସ୍ମିତା ସାହୁ, ଉପନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରିନ୍ସିପାଲ୍ ଟି. ଥମ୍ବୀ ରାଜା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସିଟିଟିସି ପ୍ରଶିକ୍ଷଣରେ ଆଠଟି ଜିଲ୍ଲା- ବଲାଙ୍ଗୀର, ଗଞ୍ଜାମ, ଗଜପତି, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୦୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛଅଟି ଜିଲ୍ଲା- ବଲାଙ୍ଗୀର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ାରୁ ୭୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande