
କେନ୍ଦୁଝର, ୭ ଡିସେମ୍ବର (ହି.ସ.)- ଓଡିଶା ତାଇକୋଣ୍ଡ ଟ୍ରେନିଂ ସେଣ୍ଟର ଏବଂ ଓଡିଶା ତାଇକୋଣ୍ଡ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପ୍ରତି ପାଇଁ ଖେଳାଳୀ ଚୟନ କେନ୍ଦୁଝର ଷ୍ଟାଡିୟମଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଚୟନ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ତାଇକୋଣ୍ଡ ଗ୍ରାଣ୍ଡମାଷ୍ଟର ତଥା ଓଡିଶା ଡିଶା ତାଇକୋଣ୍ଡ ଆସୋସିଏସନ୍ର ସଂପାଦକ ସଂପାଦକ ଗୋପାଳ ଚନ୍ଦ୍ର ରାୟଙ୍କ ତତ୍ତ୍ବ।ବଧାନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଭାବାନ କ୍ରିଡାବିତ ଚୟନ ପ୍ରତିଯୋଗିତାରେ ଭାଗ ନେଇଥିଲେ I ଚୟନ ହୋଇଥିବା କ୍ରିଡାବିତମାନେ ଆଗାମୀ ଦିନରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଓଡିଶା ତାଇକୋଣ୍ଡ ଆସୋସିଏସନ୍ ସଂପାଦକ ପ୍ରକାଶ କରିଛନ୍ତି । ଏହି କୃତି କ୍ରିଡାବିତମାନେ ଆଗାମୀ ଦିନରେ କଲିକତା ଠାରେ ହେବାକୁ ଥିବା ଓପନ୍ ଇଣ୍ଟରନ୍ୟାସନାଲ ଚମ୍ପିୟାନସିପରେ ଭାଗ ନେବେ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଜାତୀୟସ୍ତରୀୟ ଖେଳାଳୀ ଚୟନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ ଜିତେନ୍ଦ୍ର ଓରାମ, ସ୍ଥିତିପ୍ରଜ୍ଞା ଗିରି, ଶୁଭ୍ରଂଶ ସାହୁ, ଆୟୁଷ ନାଏକ, ଅମିତ ନାଏକ, ଆସ୍ଥାମଣୀ ମାଝୀ, ରିଧିମା ଲାୟକ, କ୍ରୀତିକାବ୍ୟା ଦାସ, ଶ୍ରେୟାଶ୍ରୀ ଦାସ, ପୁଷ୍ପିତା ବାରିକ୍, ଏଆର୍ ରୁଦ୍ରାଶି, ଉତ୍କଣ୍ଠା ଦାସ, ଅନିଶା ନାଏକ ଓ ଚୁମୁକି ମହାରଣା। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କ୍ରିଡାବିତମାନେ ହେଲେ ତନିଶ ପ୍ରଧାନ, ଵିଷ୍ଣୁ ପ୍ରିୟା ଦତ୍ତ, ତୀର୍ଥବାସୀ ପ୍ରଧାନ, କୃଷ୍ଣପ୍ରଭା ଚାମ୍ପିଆ, ପ୍ରତ୍ୟୁଷ ପ୍ରିୟଦର୍ଶିନୀ ପ୍ରଧାନ, ଅର୍ପିତା ପ୍ରଧାନ, ଲିପୁନ ନାଏକ, ଗୁଞ୍ଜନ ପୃଷ୍ଟି, ସାକ୍ଷୀ ପ୍ରିୟଦର୍ଶିନୀ ପୃଷ୍ଟି, ଦେବସ୍ମିତା ମାହାନ୍ତ, କୌଶିକ ପ୍ରିୟା ଜେନା, ରିତିକ ପାଣିଗ୍ରାହୀ ଓ ଇପ୍ସିତା ପ୍ରିୟଦର୍ଶିନୀ ନାଏକ । କେନ୍ଦୁଝର ଜିଲ୍ଲାର ଜିଲ୍ଲାର କ୍ରିଡାବିତଙ୍କ ଏହି ସଫଳତା ପାଇଁ ରବିବାର ଦିନ ଜିଲ୍ଲା କ୍ରିଡା ସଂସ୍ଥାର ସାଧାରଣ ସଂପାଦକ ସଂଗ୍ରାମ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ର ର ସଭାପତି ପ୍ରଦୀପ କୁମାର ମହାନ୍ତି ଓ ସଂପାଦକ ନିର୍ମଳ ଚନ୍ଦ୍ର ନାୟକ କୃତୀ କ୍ରିଡାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ଚୟନ ଟଙ୍କଧର ନାଏକ ଶିବିରକୁ ସଂଯୋଜ ପାଜନା କରିଥିବାବେଳେ ଓଡିଶା ଦଳର କୋଚ ଭାବେ ଦିଗବିଜୟ ବେହେରା, ପାର୍ଥସରଥୀ ସାହୁଙ୍କୁ ଓଟିଏ ପକ୍ଷରୁ ନିଯୁକ୍ତି କରାଯାଇଛି।
ଆଜିକାର ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସୃତିଲବ୍ଧ। ନାୟକ, ଦେବରାଜ ସାହୁ, ମନୋଜ ପାତ୍ର, ଅମ୍ବିତ ହାଁସଦା, ମାନସ ରଞ୍ଜନ ବାରିକ, ଓ ଏମ୍ଡି ସକିଲ ପ୍ରମୁଖ ସହଯୋଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA