
ଜୟପୁର, ୭ ଡିସେମ୍ବର (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ଵ ବିଦ୍ୟାଳୟ ପରିସରରେ ବିଏସଏଫ ତରଫରୁ ଗଣଦୌଡ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏହି ଗଣ ଦୌଡକୁ ବିଏସଏଫ କୋରପୁଟ ଡିଭିଜନ ଡିଆଇଜି ସତ୍ୟବାନ କାଞ୍ଚି ଉଦଘାଟନ କରିଥିଲେ । ବିଏସଏଫର ଡାଇମଣ୍ଡ ଜୁବୁଲି ଅବସରରେ ଏହି ଗଣଦୌଡ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ଏହି ଗଣଦୌଡ ପ୍ରତିଯୋଗତା ଆରମ୍ଭ ହୋଇ ସେଠାରେ ହିଁ ଶେଷ ହୋଇଥିଲା । ୧୦ କି.ମି. ଓ ୫ କି.ମି. ର ଗଣଦୌଡ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ଦ୍ୱିତିୟ ୧୦ ହଜାର ଓ ତୃତିୟ ସ୍ଥାନ ଅଧିକାର କରିଥିବା କୃତିତ୍ୱ ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କାରେ ପୁରସ୍କୃତ କରାଯାଇଛି । ଏହି ଗଣଦୌଡରେ ମହିଳା ପୁରୁଷ ସମସ୍ତେ ଭାଗ ନେଇଥିଲେ । ୧୦ କି.ମି. ଦୌଡରେ ବାଳକରେ ପ୍ରଥମ ସ୍ଥାନ ଅଶୋକ ଦଣ୍ଡସେନା, ଦ୍ୱିତିୟ ରଶ୍ମି ରଞ୍ଜନ, ତୃତିୟ ପବନ କୁମାର ୟାଦବ। ସେହିପରି ବାଳିକାରେ ସୁସ୍ମିତା ଟିଗା ଦ୍ୱିତିୟ ଦୟାମଣି ହରିଜନ ତୃତିୟ ଅଞ୍ଚଳରି ତାଡଙ୍ଗି ପୁରସ୍କୃତ ହୋଇଥିଲେ । ସେହିପରି ୫ କି.ମି. ବାଳକ ଦୌଡ ପ୍ରତିଯୋଗତାରେ ପ୍ରଥମ ସ୍ଥାନ ଦୟାନିଧି ମୁଣ୍ଡା, ଦୟାମଣି ଚିଗୁନ, ରବି ମୁଦୁଲି। ସେହିପରି ବାଳିକାରେ ପ୍ରଥମ ଅଞ୍ଚନା ଗରାଡେ, ଦ୍ୱିତିୟ ସ୍ଥାନ ଚାନ୍ଦିନି ବିସି ନାୟକ, ତୃତିୟ ସ୍ଥାନରେ ପୁଣ୍ଣି ମଲ୍ଲିକ ପୁରସ୍କୃତ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି