ଗୃହମନ୍ତ୍ରୀ ଅମିତ ଶାହଙ୍କ ପତ୍ନୀ ମା ବିନ୍ଧ୍ୟବାସିନୀଙ୍କ ଦର୍ଶନ କଲେ
ମୀରଜାପୁର, ୧୮ ଫେବୃଆରୀ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପତ୍ନୀ ସୋନଲ ଶାହ ମଙ୍ଗଳବାର ମା ବିନ୍ଧ୍ୟବାସିନୀ ଧାମ ପହଂଚି ଥିଲେ । ଏଠାରେ ସେ ମା ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସୋନଲ ଶାହଙ୍କୁ ନ
ଗୃହମନ୍ତ୍ରୀ ଅମିତ ଶାହଙ୍କ ପତ୍ନୀ ମା ବିନ୍ଧ୍ୟବାସିନୀଙ୍କ ଦର୍ଶନ କଲେ


ମୀରଜାପୁର, ୧୮ ଫେବୃଆରୀ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପତ୍ନୀ ସୋନଲ ଶାହ ମଙ୍ଗଳବାର ମା ବିନ୍ଧ୍ୟବାସିନୀ ଧାମ ପହଂଚି ଥିଲେ । ଏଠାରେ ସେ ମା ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ସୋନଲ ଶାହଙ୍କୁ ନଗର ବିଧାୟକ ରତ୍ନାକର ମିଶ୍ର ନିଜେ ମାଙ୍କ ଦର୍ଶନ ଓ ପୂଜନର ବ୍ୟବସ୍ଥା କରାଇଥିଲେ । ଏବଂ ମାଙ୍କ ମହିମା ବାବଦରେ ଅବଗତ କରାଇଥିଲେ । ସୋନଲ ଶାହ ମାଙ୍କ ଦର୍ଶନ କରିବା ସହ ଦେଶର ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେ । ମନ୍ଦିରର ପୂଜାରୀ ମାନେ ବିଧି ମୁତାବକ ପୂଜା ସମ୍ପନ୍ନ କରିଥିଲେ । ଦର୍ଶନ ସମୟରେ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ମାଙ୍କ ପୂଜାର୍ଚ୍ଚନା ପରେ ସୋନଲ ଶାହ ମନ୍ଦିର ପ୍ରଶାସନ ଠାରୁ ଏଠାକାର ବ୍ୟବସ୍ଥାଗୁଡିକ ବାବଦରେ ସୂଚନା ପ୍ରାପ୍ତ କରିଥିଲେ । ମନ୍ଦିର ସମିତି ତାଙ୍କୁ ମନ୍ଦିରର ଐତିହାସିକତା ଏବଂ ପରମ୍ପରା ସହିତ ପରିଚିତ କରାଇଥିଲେ । ଏହି ବିଶେଷ ଅବସରରେ ସମ୍ପୂର୍ଣ୍ଣ ଅଂଚଳରେ ଭକ୍ତିମୟ ମାହୋଲ୍ ଦେଖିବାକୁ ମିଳିଥିଲା ।

ଏହି ସମୟରେ ସେଠାରେ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, ନଗର ବିଧାୟକ ରତ୍ନାକର ମିଶ୍ର, ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧିକ୍ଷକଙ୍କ ସମେତ କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande