ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୫୦ ଦେଶର ଡେଲିଗେଟସଙ୍କ ସହିତ ବାରାଣସୀରେ ପହଂଚିଲେ, ବିଏଚୟୁ ରେ କାଶୀ ତମିଲ ସଂଗମମର ଏକାଡେମିକ ଅଧିବେଶନରେ ହେଲେ ସାମିଲ୍
ବାରାଣସୀ, ୨୩ ଫେବୃଆରୀ (ହି.ସ.)- ବୈଦେଶିକ ମନ୍ତ୍ରୀ ଡଃ. ଏସ. ଜୟଶଙ୍କର ୫୦ ଦେଶର ଡେଲିଗେଟସଙ୍କ ସହିତ ରବିବାର ବାରାଣସୀରେ ପହଂଚିଥିଲେ । ବାବତପୁର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରୀ ଏବଂ ରାଜଦୂତମାନଙ୍କ ମଣ୍ଡଳାୟୁକ୍ତ କୌଶଳରାଜ ଶର୍ମା, ଜିଲ୍ଲା ଅଧିକାରୀ
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୫୦ ଦେଶର ଡେଲିଗେଟସଙ୍କ ସହିତ ବାରାଣସୀରେ ପହଂଚିଲେ, ବିଏଚୟୁ ରେ କାଶୀ ତମିଲ ସଂଗମମର ଏକାଡେମିକ ଅଧିବେଶନରେ ହେଲେ ସାମିଲ୍


ବାରାଣସୀ, ୨୩ ଫେବୃଆରୀ (ହି.ସ.)- ବୈଦେଶିକ ମନ୍ତ୍ରୀ ଡଃ. ଏସ. ଜୟଶଙ୍କର ୫୦ ଦେଶର ଡେଲିଗେଟସଙ୍କ ସହିତ ରବିବାର ବାରାଣସୀରେ ପହଂଚିଥିଲେ । ବାବତପୁର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରୀ ଏବଂ ରାଜଦୂତମାନଙ୍କ ମଣ୍ଡଳାୟୁକ୍ତ କୌଶଳରାଜ ଶର୍ମା, ଜିଲ୍ଲା ଅଧିକାରୀ ଏସ. ରାଜଲିଙ୍ଗମ ସମେତ ଭାଜପାର ପଦାଧିକାରୀମାନେ ଏବଂ ଜନପ୍ରତିନିଧି ମାନେ ଏମାନଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏବଂ ଡେଲିଗେଟସ୍ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚୟୁ) ପରିସର ସ୍ଥିତ ଓଁକାର ନାଥ ଠାକୁର ସଭାଗାରରେ ଆୟୋଜିତ କାଶୀ ତମିଲ ସଙ୍ଗମମର ତୃତୀୟ ସଂସ୍କରଣରେ ସାମିଲ୍ ହୋଇଥିଲେ । ସଭାଗାରରେ ବୈଦେଶିକ ମନ୍ତ୍ରୀ ଓ ରାଜଦୂତ ଆଇଆଇଟି ବିଏଚୟୁର ଛାତ୍ରମାନେ ଏବଂ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବୋଧନ କରିବେ । ବୈଦେଶିକ ମନ୍ତ୍ରୀ, ରାଜଦୂତ ମାନଙ୍କ ସହିତ ଆଇଆଇଟି ବିଏଚୟୁ ସହିତ ପରିସରରେ ବିଭିନ୍ନ ପ୍ରତିଷ୍ଠାନଗୁଡିକ ଭ୍ରମଣ କରିବେ । ଏହାପରେ ସେ ଅତିଥି ମାନଙ୍କ ସହିତ ଐତିହାସିକ ସାରନାଥରେ ସଂଗ୍ରହାଳୟ, ବୌଦ୍ଧ ମନ୍ଦିର ଏବଂ ଉତଖନନ ସ୍ଥଳ ବୁଲି ଦେଖିବେ । ଭ୍ରମଣ ପରେ ବାବତପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ସଂନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande