ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ. ଅନାମଲାଇ ପରମାର୍ଥ ନିକେତନରେ ରୁଦ୍ରାକ୍ଷ ଚାରା ରୋପଣ କଲେ
ମହାକୁମ୍ଭ ନଗର, ୨୩ ଫେବୃଆରୀ (ହି.ସ.)- ମହାକୁମ୍ଭରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ. ଅନାମଲାଇ ପରମାର୍ଥ ନିକେତନରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଏବଂ ଡଃ. ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ଆର୍ଶିବାଦ ପ୍ରାପ୍ତ କରିଛନ୍ତି । ଏହି ଅବସରରେ ସେ ମହାକୁମ୍ଭର ଧାର୍ମିକ ଏବଂ ସାଂସ୍କୃତିକ ମହାନତାକୁ ଅନୁଭବ କରିଛନ୍
ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ. ଅନାମଲାଇ ପରମାର୍ଥ ନିକେତନରେ ରୁଦ୍ରାକ୍ଷ ଚାରା ରୋପଣ କଲେ


ମହାକୁମ୍ଭ ନଗର, ୨୩ ଫେବୃଆରୀ (ହି.ସ.)- ମହାକୁମ୍ଭରେ ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ. ଅନାମଲାଇ ପରମାର୍ଥ ନିକେତନରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଏବଂ ଡଃ. ସାଧ୍ୱୀ ଭଗବତୀ ସରସ୍ୱତୀଙ୍କ ଆର୍ଶିବାଦ ପ୍ରାପ୍ତ କରିଛନ୍ତି । ଏହି ଅବସରରେ ସେ ମହାକୁମ୍ଭର ଧାର୍ମିକ ଏବଂ ସାଂସ୍କୃତିକ ମହାନତାକୁ ଅନୁଭବ କରିଛନ୍ତି । ଏବଂ ଏଠାକାର ବ୍ୟବସ୍ଥାର ପ୍ରଶାଂସା କରିଛନ୍ତି । ପରାମାର୍ଥ ତ୍ରିବେଣୀ ପୁଷ୍ପ ପ୍ରାଙ୍ଗଣରେ ଅନାମଲାଇ ରୁଦ୍ରାକ୍ଷ ଚାରା ରୋପଣ କରିଛନ୍ତି । ଯାହାକି ଏହି ପବିତ୍ର ଭୂମିରେ ଆଧ୍ୟାତ୍ମିକତାର ଶକ୍ତି ଏବଂ ଶାନ୍ତିର ପ୍ରତୀକ ରୂପେ ସ୍ଥାପିତ ହେବ । ଏହା ଭାରତର ସବୁଜ ସମୃଦ୍ଧ ଧାର୍ମିକ ପରାମ୍ପରା ଏବଂ ପରିବେଶ ସଂରକ୍ଷଣ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande