ନୂଆଦିଲ୍ଲୀ ୨୩ ଫେବୃଆରୀ (ହି.ସ)- ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରବିବାର ଫ୍ରାନ୍ସ ଗସ୍ତ କରିଛନ୍ତି । ଚାରି ଦିବସୀୟ ଗସ୍ତରେ ଜେନେରାଲ ଦ୍ୱିବେଦୀ ଫ୍ରାନ୍ସର ବରିଷ୍ଠ ସୈନ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ, ଯାହାର ଉଦ୍ଦେଶ୍ୟ ଦୁଇ ଦେଶମଧ୍ୟରେ ସୈନ୍ୟ ସଂପର୍କକୁ ସୁଦୃଢ କରିବା । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଯାତ୍ରା ପରେ ସେନାଧ୍ୟକ୍ଷଙ୍କ ଏହି ଯାତ୍ରା ଗୁରୁତ୍ୱପୂର୍ଣ୍ଣ ଅଟେ । ଫ୍ରାନ୍ସ ଯାତ୍ରାର ପ୍ରଥମ ଦିନ ଫେବୃୟାରୀ 24ରେ ପ୍ୟାରିସର ଲେସ ଇନଭ୍ୟାଲିଡ୍ସରେ ଫ୍ରାନ୍ସର ବରିଷ୍ଠ ସୈନ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ ସ୍ଥଳ ସେନାଧ୍ୟକ୍ଷ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା