ପଶ୍ଚିମବଙ୍ଗ ସରକାରଙ୍କ ଅଣଦେଖାରୁ କ୍ଷୀରରୁ ପ୍ରସ୍ତୁତ ବିଶେଷ ପନୀର ର ଅସ୍ତିତ୍ୱ ବିପଦରେ, ଜିଆଇ ଟ୍ୟାଗ୍ ନିମନ୍ତେ କରାଯାଇନାହିଁ ଆବେଦନ
ନୂଆଦିଲ୍ଲୀ, ୧୮ ଫେବୃଆରୀ (ହି.ସ.)- ପଶ୍ଚିମବଙ୍ଗ ସରକାରଙ୍କ ଅଣଦେଖା କାରଣରୁ ୫୦୦ ବର୍ଷରୁ ଅଧିକ ପୁରାତନ ପାକ ଐତିହ୍ୟ ତଥା ଗାଈର କ୍ଷୀରରୁ ପ୍ରସ୍ତୁତ ବିଶେଷ ପନୀର ର ଅସ୍ତିତ୍ୱ ବିପଦରେ ପଡିଛି । ପୂର୍ବରୁ ୭ରୁ ଅଧିକ ପରିବାର ଏହାକୁ ତିଆରି କରୁଥିଲେ । କିନ୍ତୁ, ଆଜି କେବଳ ଗୋଟିଏ ପରିବାର ଏହାକୁ ତିଆରି
ପଶ୍ଚିମବଙ୍ଗ ସରକାରଙ୍କ ଅଣଦେଖାରୁ କ୍ଷୀରରୁ ପ୍ରସ୍ତୁତ ବିଶେଷ ପନୀର ର ଅସ୍ତିତ୍ୱ ବିପଦରେ, ଜିଆଇ ଟ୍ୟାଗ୍ ନିମନ୍ତେ କରାଯାଇନାହିଁ ଆବେଦନ


ନୂଆଦିଲ୍ଲୀ, ୧୮ ଫେବୃଆରୀ (ହି.ସ.)- ପଶ୍ଚିମବଙ୍ଗ ସରକାରଙ୍କ ଅଣଦେଖା କାରଣରୁ ୫୦୦ ବର୍ଷରୁ ଅଧିକ ପୁରାତନ ପାକ ଐତିହ୍ୟ ତଥା ଗାଈର କ୍ଷୀରରୁ ପ୍ରସ୍ତୁତ ବିଶେଷ ପନୀର ର ଅସ୍ତିତ୍ୱ ବିପଦରେ ପଡିଛି । ପୂର୍ବରୁ ୭ରୁ ଅଧିକ ପରିବାର ଏହାକୁ ତିଆରି କରୁଥିଲେ । କିନ୍ତୁ, ଆଜି କେବଳ ଗୋଟିଏ ପରିବାର ଏହାକୁ ତିଆରି କରୁଛି । ହେଲେ ଏହି ପରିବାର ମଧ୍ୟ ଆର୍ôଥକ କ୍ଷତି କାରଣରୁ ଏହାକୁ ପ୍ରସ୍ତୁତ କରିବା କାର୍ଯ୍ୟରୁ କ୍ଷାନ୍ତ ରହୁଛନ୍ତି । ହୁଗୁଳିର ଐତିହାସିକ ଏବଂ ସାଂସ୍କୃତିକ ମହତ୍ୱ ରଖୁଥିବା ଏହି ବିଶେଷ ପନୀର ର ଅସ୍ତିତ୍ୱ ବଂଚାଇ ରଖିବାକୁ ପ୍ରୟାସରେ ପଶ୍ଚିମବଙ୍ଗ ସରକାର କୌଣସି ରୁଚି ଦେଖାଇନାହାଁନ୍ତି । ଏହି ବିଷୟ ଉପରେ ନିକଟରେ ଭାଜପାର ରାଜ୍ୟସଭା ସଦସ୍ୟ ଶମିକ ଭଟ୍ଟାଚାର୍ଯ୍ୟ ସଂସଦରେ ଜିଆଇ ଟ୍ୟାଗ୍ ଉପରେ ପ୍ରଶ୍ନ ପଚାରିଥିଲେ । ଏହା ଉପରେ କେନ୍ଦ୍ର ସରକାର ନିଜ ଜବାବରେ କହିଥିଲେ ଯେ, ରାଜ୍ୟ ସରକାର କିମ୍ବା କୌଣସି ହିତାଧିକାରୀଙ୍କ ଦ୍ୱାରା ବ୍ୟାଣ୍ଡଲ ଚିଜ୍ ର ଜିଆଇ ପଞ୍ଜିକରଣ ନିମନ୍ତେ କୌଣସି ଆବେଦନ ପ୍ରସ୍ତୁତ କରାଯାଇନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande