ଟ୍ରେଲର ସହ ଧକ୍କା ହେଲା ମହାକୁମ୍ଭରୁ ଫେରୁଥିବା କାର, 5 ମୃତ
ଦୌସା, 18 ଫେବ୍ରୁଆରି (ହି.ସ.) - ସହରର ବାଇପାସରେ ମଙ୍ଗଳବାର ଭୋର ସମୟରେ ଭୟାବହ ସଡକ ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମହାକୁମ୍ଭରୁ ଫେରୁଥିବା ଯାତ୍ରୀଙ୍କ କାର ରାସ୍ତା କଡରେ ଠିଆ ହୋଇଥିବା ଟ୍ରେଲର ସହ ଧକ୍କା ହୋଇଥିଲା । କାରରେ 6ଜ
ଟ୍ରେଲର ସହ ଧକ୍କା ହେଲା     ମହାକୁମ୍ଭରୁ ଫେରୁଥିବା କାର, 5 ମୃତ


ଦୌସା, 18 ଫେବ୍ରୁଆରି (ହି.ସ.)

- ସହରର ବାଇପାସରେ

ମଙ୍ଗଳବାର ଭୋର ସମୟରେ ଭୟାବହ ସଡକ ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସୂଚନା

ଅନୁସାରେ ମହାକୁମ୍ଭରୁ ଫେରୁଥିବା ଯାତ୍ରୀଙ୍କ କାର ରାସ୍ତା କଡରେ ଠିଆ ହୋଇଥିବା ଟ୍ରେଲର ସହ

ଧକ୍କା ହୋଇଥିଲା ।

କାରରେ 6ଜଣ ଲୋକ ଥିଲେ ।

ଗାଡିରେ ଫସିଥିବା 5ଟି ମୃତଦେହ କାଢିବାକୁ ପ୍ରାୟ ଘଂଟାଏ ସମୟ ଲାଗିଥିଲା । ତିନିଜଣ ଆହତଙ୍କୁ

ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଡିର କିଛି ଅଂଶ ଭାଙ୍ଗି ଆହତଙ୍କୁ ବାହାର

କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande