ଜବଲପୁର, 18 ଫେବ୍ରୁଆରି (ହି.ସ.)
- ମଧ୍ୟପ୍ରଦେଶର
ଜବଲପୁରରେ ମଙ୍ଗଳବାର ରାଂଝି ନିକଟ ଗେବ୍ରିୟଲ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି ।
ଏହାପରେ ସ୍କୁଲରେ ଉପସ୍ଥିତ ପିଲା ଓ ଷ୍ଟାଫଙ୍କୁ ତୁରନ୍ତ ଘରକୁ ପଠାଇଦିଆଯାଇଥିଲା । ଅନ୍ୟପଟେ
କାମାୟନୀ ଏକ୍ସପ୍ରେସରେ ବି ବୋମା ଥିବାର ସୂଚନା ମିଳିବା ପରେ ସାଗର କୀ ବୀଣା ଷ୍ଟେସନରେ
ଟ୍ରେନକୁ ରୋକାଯାଇଥିଲା । ଏହାପରେ ଟ୍ରେନର ସର୍ଚ୍ଚିଂ କରାଯାଇଥିଲା । ଆରପିଏଫ, ଜିଆରପି ସହିତ
ବୀଣା ପୋଲିସ ତଲାସୀ କରିଛନ୍ତି ।
ସେଂଟ ଗେବ୍ରିୟଲ ସ୍କୁଲରେ
ମଙ୍ଗଳବାର ସକାଳ ପ୍ରାୟ 10.40 ମିନିଟ ସମୟରେ ଅଫିସିଆଲ ଆକାଉଂଟରେ ପ୍ରଭାକର ନାମରେ ଜଣେ
ବ୍ୟକ୍ତିର ମେଲ୍ ଆସିଥିଲା । ଏଥିରେ ଲେଖାଯାଇଥିଲା ଯେ, ସ୍କୁଲରେ ବୋମା ରଖାଯାଇଛି, କିଛି ସମୟ
ପରେ ଏହା ବିସ୍ଫୋଟ ହୋଇପାରେ । ଏହି ସମୟରେ ସ୍କୁଲରେ ପ୍ରାୟ ହଜାରେ ପିଲା ଥିଲେ । ଘଟଣା
ସଂପର୍କରେ ସୂଚନା ମିଳିବା ପରେ ପୋଲିସ ଓ ବୋମା ନିରୋଧୀ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ ।
ତେବେ ପୋଲିସକୁ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା