ଗୌହ୍ୱାଟୀ, 18 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରୀୟ
ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ
ଫେବୃୟାରୀ 21ରେ ଆସାମ ଓ ଅରୁଣାଚଳ ପ୍ରଦେଶ ଗସ୍ତରେ ଗୌହ୍ୱାଟୀରେ ପହଂଚିବେ । ସଂଘର ସୂତ୍ର
ମୁତାବକ ଡ. ଭାଗବତ ଫେବୃୟାରୀ 21 ସନ୍ଧ୍ୟାରେ ଗୌହ୍ୱାଟୀରେ ପହଂଚିବେ ।
ସଂଘ ମୁଖ୍ୟ ଡ. ଭାଗବତ
ଫେବୃୟାରୀ 21ରୁ 27 ଯାଏ ଆସାମରେ ରହିବେ । ସେ ଫେବୃୟାରୀ 27ରେ ଗୌହ୍ୱାଟୀରୁ ଅରୁଣାଚଳ ପ୍ରଦେଶର
ରାଜଧାନୀ ଇଟାନଗର ଯିବେ । ମାର୍ଚ୍ଚ 3ରେ ପୁଣି ଥରେ ଗୌହ୍ୱାଟୀରେ ପହଂଚିବେ, ସେଠାରେ ସେ ତାଙ୍କ
ପରବର୍ତ୍ତୀ ପ୍ରବାସ ପାଇଁ ବାହାରିବେ । ଡ. ଭାଗବତ ଦୁଇଟି ରାଜ୍ୟର ସଂଘର ସାଙ୍ଗଠନିକ ବୈଠକରେ
ଭାଗ ନେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା