ଜାମ୍ମୁକାଶ୍ମୀରରେ ୩ ନୂତନ ଅପରାଧିକ ଆଇନର କ୍ରିୟାନ୍ୱୟନର ସମୀକ୍ଷା କଲେ ଗୃହମନ୍ତ୍ରୀ ଶାହ
ନୂଆଦିଲ୍ଲୀ 18 ଫେବୃଆରୀ (ହି.ସ)-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଜାମ୍ମୁକାଶ୍ମୀରର ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଜାମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନ
ଜାମ୍ମୁକାଶ୍ମୀରରେ ୩ ନୂତନ ଅପରାଧିକ ଆଇନର କ୍ରିୟାନ୍ୱୟନର ସମୀକ୍ଷା କଲେ ଗୃହମନ୍ତ୍ରୀ ଶାହ


ନୂଆଦିଲ୍ଲୀ 18 ଫେବୃଆରୀ

(ହି.ସ)-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଜାମ୍ମୁକାଶ୍ମୀରର ତିନୋଟି

ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର

ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ବୈଠକରେ ଜାମ୍ମୁ ଏବଂ କାଶ୍ମୀରର

ଉପରାଜ୍ୟପାଳ ମନୋଜ ସିନ୍ହା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲାଙ୍କ ବ୍ୟତୀତ କେନ୍ଦ୍ର ସଚିବ

ଗୋବିନ୍ଦ ମୋହନ ସମେତ କେନ୍ଦ୍ର ଶାସିତ ଅଞ୍ଚଳର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ

କହିଛନ୍ତି ଯେ ଗୃହମନ୍ତ୍ରୀ ନିରନ୍ତର ଦେଶରେ ଲାଗୁ ହୋଇଥିବା ଅପରାଧିକ ଆଇନ ଏବଂ ସେଗୁଡିକ କେତେ

ବ୍ୟବହାର କରାଯାଉଛି ତାହା ସମୀକ୍ଷା କରୁଛନ୍ତି।ଏହି ସମ୍ବନ୍ଧରେ ଏଥର ଜାମ୍ମୁକାଶ୍ମୀରର ପାଳି

ଥିଲା।ଏହାପୁର୍ବରୁ 11 ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସମୀକ୍ଷା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande