ପାକିସ୍ତାନର ବେଲୁଚିସ୍ତାନରେ 7ଜଣ ଯାତ୍ରୀଙ୍କୁ ହତ୍ୟା କଲେ ସଶସ୍ତ୍ର ଆକ୍ରମଣକାରୀ
କ୍ୱେଟା, 19 ଫେବୃଆରୀ (ହି.ସ)- ପାକିସ୍ତାନର ବେଲୁଚିସ୍ଥାନର ବରଖାନ ଜିଲ୍ଲାରେ ଏକ ବସ ଉପରେ ଆକ୍ରମଣକାରୀ ଗୁଳି ଚଳାଇଛନ୍ତି ଏବଂ ବସରୁ ବାହାର କରି ଅତିକମରେ 7ଜଣ ଯାତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ପଞ୍ଜାବର ବିଭିନ୍ନ ଅଞ୍ଚଳର ବାସିନ୍ଦା
ପାକିସ୍ତାନର ବେଲୁଚିସ୍ତାନରେ 7ଜଣ ଯାତ୍ରୀଙ୍କୁ ହତ୍ୟା କଲେ ସଶସ୍ତ୍ର ଆକ୍ରମଣକାରୀ


କ୍ୱେଟା, 19 ଫେବୃଆରୀ

(ହି.ସ)- ପାକିସ୍ତାନର ବେଲୁଚିସ୍ଥାନର ବରଖାନ ଜିଲ୍ଲାରେ ଏକ ବସ ଉପରେ ଆକ୍ରମଣକାରୀ ଗୁଳି ଚଳାଇଛନ୍ତି

ଏବଂ ବସରୁ ବାହାର କରି ଅତିକମରେ 7ଜଣ ଯାତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତ୍ୟୁବରଣ କରିଥିବା

ସମସ୍ତ ଯାତ୍ରୀ ପଞ୍ଜାବର ବିଭିନ୍ନ ଅଞ୍ଚଳର ବାସିନ୍ଦା ଥିଲେ। ଆକ୍ରମଣ ମଙ୍ଗଳବାର ବିଳମ୍ବିତ

ରାତିରେ ହୋଇଥିଲା। ବରଖାନ ଆସିଷ୍ଟାଣ୍ଟ କମିଶନର (ଏସୀ) ଖାଦିମ ହୁସେନ ବୁଧବାର ସକାଳେ ଏହା

ସ୍ପଷ୍ଟ କରିଛନ୍ତି।

ଜିଓ ନ୍ୟୁଜ ଅନୁଯାୟୀ ସଶସ୍ତ୍ର ଆକ୍ରମଣକାରୀମାନେ

ମଙ୍ଗଳବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ବରଖାନ ଜିଲ୍ଲାରେ ଏକ ବସ ଉପରେ ଗୁଳି ଚଳାଇଥିଲେ

ଏବଂ ପରେ ବସରୁ ବାହାର କରି 7ଜଣ ଯାତ୍ରୀଙ୍କୁ ହତ୍ୟା କରିଥିଲେ। ଆକ୍ରମଣ ରାରକନ ଅଞ୍ଚଳର ଜାତୀୟ

ରାଜପଥରେ ଘଟିଥିଲା ,ଯେଉଁଠାରେ ଅଜଣା ସଶସ୍ତ୍ର ଆକ୍ରମଣକାରୀମାନେ ଏକ ଯାତ୍ରୀବାହୀ ବସକୁ ଅଟକାଇ ଫାଙ୍କା

ଗୁଳି ଚଳାଇଥିଲେ। ଏହାପରେ ବନ୍ଧୁକଧାରୀମାନେ ବସରେ ଚଢି ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲେ

ଏବଂ 7ଜଣଙ୍କୁ ଜବରଦସ୍ତ ନିକଟସ୍ଥ ଏକ ପାହାଡକୁ ନେଇଯାଇଥିଲେ। କିଛି ସମୟ ପରେ ଗୁଳିର ଶବ୍ଦ ଶୁଣାଯାଇଥିଲା।ସୁରକ୍ଷାବାହିନୀର

ଯବାନ ଘଟଣାସ୍ଥଳରେ ପହଁଞ୍ଚିବା ପରେ ଅପହରଣ ଯାତ୍ରୀମାନଙ୍କ ମୃତଦେହ ପାହାଡୀ ଅଞ୍ଚଳରୁ

ମିଳିଥିଲା। ମୃତକ ପଞ୍ଜାବର ବିଭିନ୍ନ ସହରର ବାସିନ୍ଦା ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande