ନୂଆଦିଲ୍ଲୀ, 19 ଫେବ୍ରୁଆରି (ହି.ସ.)- ପୂଜ୍ୟ
ମାଧବରାଓ ସଦାଶିବରାଓ ଗୋଲୱଲକରଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ରାଷ୍ଟ୍ରଭକ୍ତି, ସଙ୍ଗଠନ ଶକ୍ତି ତଥା ସାଂସ୍କୃତିକ ପୁନର୍ଜାଗରଣର ପ୍ରତୀକ,
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ପୂଜ୍ୟ ମାଧବରାଓ ସଦାଶିବରାଓ ଗୋଲୱଲକର
ଗୁରୁଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
ଗୁରୁଜୀ କେବଳ ଜଣେ
ସଙ୍ଗଠନକର୍ତ୍ତୀ ହିଁ ନୁହନ୍ତି, ବରଂ ରାଷ୍ଟ୍ରବାଦ, ସଂସ୍କୃତି ଓ ସନାତନ ମୂଲ୍ୟର ପ୍ରଖର ଚିନ୍ତକ
ବି ଅଟେ । ତାଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଦ୍ୱିତୀୟ ବିସ୍ତାର ଓ ସଶକ୍ତ
ସଙ୍ଗଠନାତ୍ମକ ଆଧାର ପ୍ରାପ୍ତ କରିଛି । ସେ ସମାନଜକୁ ଆତ୍ମନିର୍ଭର, ସଙ୍ଗଠିତ ଓ
ରାଷ୍ଟ୍ରଭକ୍ତିରେ ଓତପ୍ରୋତ ଭାବେ କାର୍ଯ୍ୟ କରି ତଥା ଭାରତର ସାଂସ୍କୃତିକ ଅସ୍ମିତାକୁ ବଜାୟ
ରଖିବା ପାଇଁ ନିଜ ସଂପୂର୍ଣ୍ଣ ଜୀବନ ସମର୍ପିତ କରିଥିଲେ । ଭାରତର ଅଖଣ୍ଡତା, ସନାତନ ସଂସ୍କୃତି
ତଥା ସାମାଜିକ ସମାନତାରେ ତାଙ୍କ ବିଚାର ଅନନ୍ତକାଳ ଯାଏ ଦେଶବାସୀଙ୍କୁ ପ୍ରେରିତ କରୁଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା