ମଳପ୍ପୁରମ (କେରଳ),18 ଫେବୃଆରୀ
(ହି.ସ)-କେରଳର ମଳପ୍ପୁରମ ଜିଲ୍ଲାର ଆରିକୋର୍ଡରେ ଏକ ଫୁଟବଲ ମ୍ୟାଚ ସମୟରେ ବାଣ ଯୋଗୁଁ ଘଟିଥିବା
ଦୁର୍ଘଟଣାରେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ମ୍ୟାଚ
ପୂର୍ବରୁ ଉତ୍ସବ ସମୟରେ ବାଣ ଫୁଟାଯାଇଥିଲା ,କିନ୍ତୁ ତାହା ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ମଧ୍ୟରେ
ବିସ୍ତାର କରିଥିଲା। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ସକ୍ରିୟ
ହୋଇଥିଲେ ଏବଂ ଆହତଙ୍କମାନଙ୍କୁ ନିକଟସ୍ଥ
ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ କେହି ଗୁରୁତର ଆହତ ହୋଇନାହାନ୍ତି। ଘଟଣା
ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଆରିକୋଡ
ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ପୋଲିସ ସୂଚନାନୁସାରେ ଏହି
ଦୁର୍ଘଟଣା ବାଣ ଅନିୟନ୍ତ୍ରିତ ହୋଇ ଫୁଟିବା କାରଣରୁ ଘଟିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା