ନୁଆଦିଲ୍ଲୀ 19 ଫେବୃଆରୀ (ହି.ସ)-ନବନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବୁଧବାର ସକାଳେ 26ତମ ଚିଫ ଇଲେକ୍ସନ କମିଶନର (ସୀଇସୀ)ର ଦାୟିତ୍ୱ ଗ୍ରହଣ କରିବେ।ଏହା ପୁର୍ବରୁ ତାଙ୍କୁ ସୋମବାର ନୁଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି କରାଯାଇଥିଲା।ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାର 18 ଫେବୃଆରୀରେ ସେବାନିବୃତ୍ତ ହୋଇଥିଲେ।ଆଜି ସକାଳେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ରାଷ୍ଟ୍ରସେବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ଭୋଟ।ଭାରତର ପ୍ରତ୍ୟେକ ନାଗରିକ ଯିଏ 18 ବର୍ଷ ବୟସ ପୁରଣ କରିଛନ୍ତି ,ତାଙ୍କୁ ମତଦାନ ନିଶ୍ଚିତ କରିବା ଉଚିତ।
1988 ବ୍ୟାଚର ଆଇଏଏସ ଅଧିକାରୀ ଜ୍ଞାନେଶ କୁମାର ନିର୍ବାଚନ ଆୟୋଗର ସଦସ୍ୟଙ୍କ ନିୟୁକ୍ତି ପାଇଁ ନୁତନ ନିୟମ ଅନୁଯାୟୀ ହେବାକୁ ଥିବା ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର। ତାଙ୍କ କାର୍ଯ୍ୟକାଳ26 ଜାନୁଆରୀ ,2029 ପର୍ଯ୍ୟନ୍ତ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା