ଆଜି କେଶବ କୁଞ୍ଜର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ 19 ଫେବୃଆରୀ (ହି.ସ)-ଶ୍ରୀ କେଶବ ସ୍ମାରକ ସମିତି ,ଦିଲ୍ଲୀ ଦ୍ୱାରା ନବନିର୍ମିତ କେଶବ କୁଞ୍ଜର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଆଜି ଅପରାହ୍ନ 4ଟାରେ ହେବ। କାର୍ଯ୍ୟକ୍ରମରେ ସଙ୍ଘ ମୁଖ୍ୟ ଡା.ମୋହନ ଭାଗବତ ଏବଂ ସଙ୍ଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଉପସ୍ଥି
ଆଜି କେଶବ କୁଞ୍ଜର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ


ନୂଆଦିଲ୍ଲୀ 19 ଫେବୃଆରୀ

(ହି.ସ)-ଶ୍ରୀ କେଶବ ସ୍ମାରକ ସମିତି ,ଦିଲ୍ଲୀ ଦ୍ୱାରା ନବନିର୍ମିତ କେଶବ କୁଞ୍ଜର ପ୍ରବେଶ ଉତ୍ସବ

କାର୍ଯ୍ୟକ୍ରମ ଆଜି ଅପରାହ୍ନ 4ଟାରେ ହେବ। କାର୍ଯ୍ୟକ୍ରମରେ ସଙ୍ଘ ମୁଖ୍ୟ ଡା.ମୋହନ ଭାଗବତ ଏବଂ ସଙ୍ଘର

ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଉପସ୍ଥିତ ରହିବେ।ମହର୍ଷି ବେଦବ୍ୟାସ ପ୍ରତିଷ୍ଠାନ ପୁଣେର

ସଂସ୍ଥାପକ ସ୍ୱାମୀ ଗୋବିନ୍ଦଦେବ ଗିରୀ ଜୀ ମହାରାଜ ଏବଂ ଉଦାସୀନ ଆଶ୍ରମ ,ଆରାମବାଗ ଦିଲ୍ଲୀର

ସ୍ୱାମୀ ରାଘବାନନ୍ଦ ଜୀ ମହାରାଜଙ୍କ ସାନିଧ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନେକ

ବରିଷ୍ଠ ଭାଜପା ନେତା ଅଂଶଗ୍ରହଣ କରିବେ।ପାଖାପାଖି ଚାରି ଏକରରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା

କେଶବ କୁଞ୍ଜରେ 12 ମହଲା 3 ଟାୱର,ପ୍ରାୟ 300 ଟି ରୁମ ଏବଂ ଅଫିସ ନିର୍ମାଣ କରାଯାଇଛି।ନୁତନ

ପରିସରରେ ଆଧୁନିକ ଜ୍ଞାନକୌଶଳର ପ୍ରାଚୀନ ସ୍ଥାପତ୍ୟ ସହିତ ନିର୍ମାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande