ମମତା ବାନାର୍ଜୀଙ୍କ ମୃତ୍ୟୁ କୁମ୍ଭ ବିବୃତ୍ତିକୁ ସନ୍ଥ ସମାଜ ଏବଂ ଭାଜପାର ତୀବ୍ର ବିରୋଧ
କୋଲକାତା, 19 ଫେବୃଆରୀ (ହି.ସ)-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ବିବୃତ୍ତିକୁ ନେଇ ସବୁ ଦିଗରୁ ସମାଲୋଚନାର ଶିକାର ହୋଇଛନ୍ତି,ଯେଉଁଥିରେ ସେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ମୃତ୍ୟୁ କୁମ୍ଭ କହି ସଂବୋଧିତ କରିଥିଲେ। ତାଙ
ମମତା ବାନାର୍ଜୀଙ୍କ ମୃତ୍ୟୁ କୁମ୍ଭ ବିବୃତ୍ତିକୁ ସନ୍ଥ ସମାଜ ଏବଂ ଭାଜପାର ତୀବ୍ର ବିରୋଧ


କୋଲକାତା, 19 ଫେବୃଆରୀ

(ହି.ସ)-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ବାନାର୍ଜୀ ନିଜ ବିବୃତ୍ତିକୁ ନେଇ ସବୁ ଦିଗରୁ ସମାଲୋଚନାର ଶିକାର ହୋଇଛନ୍ତି,ଯେଉଁଥିରେ ସେ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ମୃତ୍ୟୁ କୁମ୍ଭ କହି ସଂବୋଧିତ

କରିଥିଲେ। ତାଙ୍କର ଏହି ବିବୃତ୍ତିରେ ସନ୍ଥ ସମାଜ ଏବଂ ଭାରତୀୟ ଜନତା ପାର୍ଟୀ(ଭାଜପା)ର ନେତାମାନେ

ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ କ୍ଷମା ଦାବି କରିଛନ୍ତି।

ଭାଜପାର ପଶ୍ଚିମବଙ୍ଗ ବିଧାନସଭାରେ

ମୁଖ୍ୟ ସଚେତକ ଶଙ୍କର ଘୋଷ ଏହାକୁ ହିନ୍ଦୁ ଧର୍ମର ଧାର୍ମିକ ପରମ୍ପରାକୁ ଘୋର ଅପମାନ ବୋଲି କହିଛନ୍ତି।ସେ

କହିଛନ୍ତି ଯେ ତୃଣମୁଳ କଂଗ୍ରେସର ରାଜନୀତିରୁ ସ୍ପଷ୍ଟ ଯେ ବର୍ତ୍ତମାନ ବଙ୍ଗ ସରକାର ହିନ୍ଦୁ ବିରୋଧୀ

ନୀତି ଆପଣେଇଛନ୍ତି। ହିନ୍ଦୁମାନେ ସାଧାରଣତଃ ପ୍ରତିକ୍ରିୟା କରନ୍ତି ନାହିଁ, କିନ୍ତୁ ବର୍ତ୍ତମାନ

ଯେତେବେଳେ ସେ ପ୍ରତିକ୍ରିୟା କରୁଛନ୍ତି ,ତେଣୁ ମୁଖ୍ୟମନ୍ତ୍ରୀ ଭୟଭୀତ ଅଛନ୍ତି। ଭାଜପାର

ରାଜ୍ୟସଭା ସାଂସଦ ସମିକ ଭଟାଚାର୍ଯ୍ୟ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଏହି ବିବୃତ୍ତି ସମଗ୍ର

ଭାରତୀୟ ସଂସ୍କୃତିର ଅପମାନ ଅଟେ। ସେ କହିଛନ୍ତି ଯେ ଦେଶରେ କୌଣସି ମଧ୍ୟ ବ୍ୟକ୍ତି ଏହି ଅପମାନକୁ ସହ୍ୟ

କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବିବୃତ୍ତି ପାଇଁ ସର୍ବସାଧାରଣରେ କ୍ଷମା ମାଗିବା

ଉଚିତ୍।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande