ଆଜି ଠାରୁ 23 ଫେବୃଆରୀ ପର୍ଯ୍ୟନ୍ତ ସାରନାଥ ଏକ୍ସପ୍ରେସ ବାତିଲ କଲା ରେଲୱେ
ରାୟପୁର, 19 ଫେବୃଆରୀ (ହି.ସ)-ରେଲୱେ ଆଜି ବୁଧବାର ଠାରୁ 23 ଫେବୃଆରୀ ପର୍ଯ୍ୟନ୍ତ ସାରନାଥ ଏକ୍ସପ୍ରେସକୁ ବାତିଲ କରିଛି। ଦୁର୍ଗରୁ ଯାଉଥିବା ଗାଡି ସଂଖ୍ୟା 15160 (ସାରନାଥ ଏକ୍ସପ୍ରେସ)19,20 ଏବଂ 21 ଫେବୃଆରୀରେ ବାତିଲ ରହିବ। ଏଥିସହିତ ଛପରା ଠାରୁ ଚାଲୁଥିବା 15159 ମଧ
ଆଜି ଠାରୁ 23 ଫେବୃଆରୀ ପର୍ଯ୍ୟନ୍ତ ସାରନାଥ ଏକ୍ସପ୍ରେସ ବାତିଲ କଲା ରେଲୱେ


ରାୟପୁର, 19 ଫେବୃଆରୀ

(ହି.ସ)-ରେଲୱେ ଆଜି ବୁଧବାର ଠାରୁ 23 ଫେବୃଆରୀ ପର୍ଯ୍ୟନ୍ତ ସାରନାଥ ଏକ୍ସପ୍ରେସକୁ ବାତିଲ

କରିଛି। ଦୁର୍ଗରୁ ଯାଉଥିବା ଗାଡି ସଂଖ୍ୟା 15160 (ସାରନାଥ ଏକ୍ସପ୍ରେସ)19,20 ଏବଂ 21

ଫେବୃଆରୀରେ ବାତିଲ ରହିବ। ଏଥିସହିତ ଛପରା ଠାରୁ ଚାଲୁଥିବା 15159 ମଧ୍ୟ 21, 22 ଏବଂ 23

ଫେବୃଆରୀରେ ବାତିଲ ରହିବ। ରେଲୱେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଏହି ନିର୍ଦ୍ଦେଶ ଜାରି କରିଛି। ରେଳ

ପରିଚାଳନା ଆଜି 19ରୁ 23 ଫେବୃଆରୀ ପର୍ଯ୍ୟନ୍ତ ସାରନାଥ ଏକ୍ସପ୍ରେସକୁ ବାତିଲ କରିଛି। ଆଜି 19,20

ଏବଂ 21 ଫେବୃଆରୀରେ ଦୁର୍ଗରୁ ଛାଡୁଥିବା ଗାଡି 15160 ବାତିଲ ରହିବ। ସେହିଭଳି ଛପରା ଠାରୁ

ଚାଲୁଥିବା 15159 ମଧ୍ୟ 21,22 ଏବଂ 23 ଫେବୃଆରୀରେ ବାତିଲ ରହିବ। ଏହି ଟ୍ରେନ ଦୁର୍ଗରୁ ଛପରା

ପର୍ଯ୍ୟନ୍ତ ଯାତ୍ରା ପ୍ରୟାଗରାଜ ଷ୍ଟେସନ ଦେଇ ସମାପ୍ତ କରେ। ଏହି ଟ୍ରେନରେ ମହାକୁମ୍ଭ ଯିବାକୁ

ଟିକେଟ ବୁକ କରିଥିବା ଯାତ୍ରୀମାନଙ୍କୁ ବର୍ତ୍ତମାନ ଟିକେଟ ଫେୟାର ରିଫଣ୍ଡ କରାଯାଉଛି।ରେଳବାଇରୁ

ମିଳିଥିବା ସୁଚନା ଅନୁଯାୟୀ ଅପରେସନଲ କାରଣ ଯୋଗୁଁ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି।23

ଫେବୃଆରୀ ପରେ ଏହି ଟ୍ରେନ ଚାଲିବ କି ନାହିଁ ରେଲୱେ ବର୍ତ୍ତମାନ ଏହାର ସୁଚନା ଦେଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande