ନାଗପୁର, ୨୦ ଫେବୃଆରୀ (ହି.ସ.)- ବାଙ୍ଗଲାଦେଶର ଢ଼ାକାରୁ ଦୁବାଇ ଯାଉଥିବା ବିମାନ ବୁଧବାର ବିଳମ୍ବିତ ରାତିରେ ନାଗପୁରସ୍ଥିତ ଡଃ. ବାବା ସାହେବ ଆମ୍ବେଦକର ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଏହି ବିମାନର ଯାତ୍ରୀ ୧୨ ଘଂଟା ଧରି ନାଗପୁରରେ ଫସି ରହିଛନ୍ତି । ଏବଂ ସମ୍ବନ୍ଧିତ ଏୟାରଲାଇନ ଦ୍ୱାରା ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ନାଗପୁର ବିମାନ ବନ୍ଦରର ବରିଷ୍ଠ ନିର୍ଦ୍ଦେଶକ ଆବିଦ ରୁହି କହିଛନ୍ତି ଯେ, ଯାନ୍ତ୍ରିକ ତୃଟୀ ଯୋଗୁଁ ନାଗପୁରରେ ଏହି ବିମାନକୁ ଅବତରଣ କରାଯାଇଥିଲା । ବିମାନ ମରାମତି ପରେ ଗୁରୁବାର ଯାତ୍ରା କରିବ ।
ନାଗପୁର ବିମାନ ବନ୍ଦରର ଟର୍ମିନାଲ ଭବନ ନିକଟରେ ଛିଡା ହୋଇଥିବା ଏହି ବିମାନରେ ଚାଳକ ଦଳର ୧୨ ସଦସ୍ୟ ଏବଂ ୩୯୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ଚମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଦେଖିବା ନିମନ୍ତେ ଦୁବାଇ ଯାଉଥିଲେ । କିନ୍ତୁ ବିମାନରେ ଯାନ୍ତ୍ରିକ ତୃଟୀ ଦେଖାଦେବାରୁ ସେମାନଙ୍କୁ ନାଗପୁରରେ ଅଟକିବାକୁ ପଡିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ