ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗାଡିକୁ ବୋମାରେ ଉଡାଇବାକୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ
ମୁମ୍ବାଇ, 20 ଫେବ୍ରୁଆରି (ହି.ସ.) - ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗାଡିକୁ ବୋମାରେ ଉଡାଇବାକୁ ଧମକ ଇମେଲ ମାଧ୍ୟମରେ ମିଳିଛି । ମୁମ୍ବାଇ ପୋଲିସ ଟିମ ଏହି ଧମକ ଭରା ଇମେଲ ପଠାଇବାକୁ ନେଇ ଛାନଭିନ କରୁଛି । ମୁମ୍ବାଇ ପୋଲିସ ସୂତ୍ର ଗୁରୁବାର କହ
ଉପମୁଖ୍ୟମନ୍ତ୍ରୀ ଏକନାଥ     ସିନ୍ଦେଙ୍କ ଗାଡିକୁ ବୋମାରେ ଉଡାଇବାକୁ ଧମକ, ତଦନ୍ତ ଆରମ୍ଭ କଲା ପୋଲିସ


ମୁମ୍ବାଇ, 20 ଫେବ୍ରୁଆରି (ହି.ସ.)

- ମହାରାଷ୍ଟ୍ରର

ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗାଡିକୁ ବୋମାରେ ଉଡାଇବାକୁ ଧମକ ଇମେଲ ମାଧ୍ୟମରେ ମିଳିଛି

। ମୁମ୍ବାଇ ପୋଲିସ ଟିମ ଏହି ଧମକ ଭରା ଇମେଲ ପଠାଇବାକୁ ନେଇ ଛାନଭିନ କରୁଛି ।

ମୁମ୍ବାଇ ପୋଲିସ ସୂତ୍ର ଗୁରୁବାର

କହିଛି ଯେ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗାଡିକୁ ବୋମାରେ ଉଡାଇବା ସଂପର୍କିତ ଧମକଭରା ଇ-ମେଲା

ଗୋରେଗାଓଁ ପୋଲିସ ଷ୍ଟେସନକୁ ଅଜ୍ଞାତ ବ୍ୟକ୍ତି ମେଲ ପଠାଇଥିଲେ ।ଏହାର ସୂଚନା ମିଳିବା ପରେ

ହିଁ ଏହି ଇମେଲକୁ ପଠାଇଥିବା ବ୍ୟକ୍ତି ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande