ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)
- ଦିଲ୍ଲୀର ନୂଆ
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ
ପଦର ଶପଥ ନେଇଥିବା ରେଖା ଗୁପ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହାସହିତ ମନ୍ତ୍ରୀ ପଦ ପାଇଁ
ଶପଥ ନେଇଥିବା ସମସ୍ତ ସାଥୀଙ୍କୁ ହୃଦୟରୁ ଶୁଭକାମନା । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଯଶସ୍ୱୀ ମାର୍ଗଦର୍ଶନ ଓ ଆପଣ ସମସ୍ତଙ୍କ ସମର୍ପିତ ଉଦ୍ୟମରେ ବିଜେପିର ଡବଲ ଇଂଜିନ
ସରକାର ଦିଲ୍ଲୀକୁ ଆପ-ଦା ମୁକ୍ତ କରି ବିକଶିତ ଦିଲ୍ଲୀ-ବିକଶିତ ଭାରତର ସଂକଳ୍ପନାକୁ ସାକର କରିବ
। ଏହି ସରକାର ସମାଜର ସମସ୍ତ ବର୍ଗ-ମହିଳା, ଯୁବବର୍ଗ, ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ଗରିବଙ୍କ କଲ୍ୟାଣ
ପାଇଁ ଯଥାସମ୍ଭବ ଉଦ୍ୟମ କରିବ । ଆଜିର ଦିନ ଦିଲ୍ଲୀରେ ବିକାଶ ଓ ବିଶ୍ୱାସର ଏକ ନୂଆ ଯୁଗର ଆରମ୍ଭ
ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା