ଟ୍ରମ୍ପ ଜେଲେନ୍ସକିଙ୍କୁ ଏକଛତ୍ରବାଦୀଶାସକ କହିବା ନେଇ ୟୁକ୍ରେନରେ ଉତ୍ତେଜନା
କ୍ୱିଭ, 20 ଫେବୃଆରୀ (ହି.ସ)-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକିଙ୍କୁ ବିନା ନିର୍ବାଚନରେ ଏକଛତ୍ରବାଦୀଶାସକ କହିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଟ୍ରମ୍ପଙ୍କ ମନ୍ତବ୍ୟରେ ୟୁକ୍ରେନର ପ୍ରତ୍ୟେକ
ଟ୍ରମ୍ପ ଜେଲେନ୍ସକିଙ୍କୁ ଏକଛତ୍ରବାଦୀଶାସକ କହିବା ନେଇ ୟୁକ୍ରେନରେ ଉତ୍ତେଜନା


କ୍ୱିଭ,

20 ଫେବୃଆରୀ (ହି.ସ)-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର

ଜେଲେନ୍ସକିଙ୍କୁ ବିନା ନିର୍ବାଚନରେ ଏକଛତ୍ରବାଦୀଶାସକ

କହିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଟ୍ରମ୍ପଙ୍କ ମନ୍ତବ୍ୟରେ ୟୁକ୍ରେନର

ପ୍ରତ୍ୟେକ ପିଲା ତାଙ୍କ ଉପରେ କ୍ରୋଧିତ ହୋଇଛନ୍ତି।ୟୁକ୍ରେନର ସମସ୍ତ ରାଜନୈତିକ ଦଳ ରାଜଧାନୀ କ୍ୱିବରେ

ରାଲି କରି ଟ୍ରମ୍ପଙ୍କୁ ତୀବ୍ର ନିନ୍ଦା କରିଛନ୍ତି।

ୱାଶିଂଟନ ପୋଷ୍ଟ ଖବର ଅନୁସାରେ ଟ୍ରମ୍ପ କହିଥିଲେ ଯେ ଜେଲେନ୍ସକି ଜଣେ ବିଫଳ ,ଅଲୋକପ୍ରିୟ ବ୍ୟକ୍ତି।ଏହି ଯୁଦ୍ଧ ପାଇଁ ସେ

ଦାୟୀ।ଜେଲେନ୍ସକିଙ୍କ ଜିଦରେ ଶହ ଶହ ଲୋକଙ୍କ ଜୀବନ ଯାଇଛି।ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ

ବାଧ୍ୟ ହୋଇଛନ୍ତି।ଟ୍ରୁଥ ସୋଶିଆଲ ଉପରେ ବୁଧବାର ଦିନ ଟ୍ରମ୍ପ ଜେଲେନ୍ସକିଙ୍କ ବିନା ନିର୍ବାଚନର ଏକଛତ୍ରବାଦୀଶାସକ

ଭାବରେ ବର୍ଣ୍ଣନା କରିଛନ୍ତି।

ଟ୍ରମ୍ପଙ୍କ

ଏହି ବିବୃତ୍ତି ସେତେବେଳେ ଆସିଥିଲା ଯେତେବେଳେ ଜେଲେନ୍ସକି ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ରୁଷର

ପ୍ରଭାବରେ ଆସିଛନ୍ତି ଏବଂ କ୍ରେମଲିନ ପାଇଁ ଅନୁକୁଳ ସର୍ତ୍ତରେ ଯୁଦ୍ଧକୁ ଶେଷ କରିବାକୁ

ଚାହୁଁଛନ୍ତି।ଟ୍ରମ୍ପ କହିଛନ୍ତି ଯେ କଳ୍ପନା କରନ୍ତୁ ଜଣେ ସାଧାରଣ କମେଡିଆନ ଜେଲେନ୍ସକି

ଆମେରିକାରୁ 350 ବିଲିୟନ ଡଲାର ଖର୍ଚ୍ଚ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି।ଏହା ଏପରି ଯୁଦ୍ଧ ଯାହାକୁ ଜିତାଯାଇପାରିବନାହିଁ।ଏହା କେବେ ଆରମ୍ଭ

ହେବାର ନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande