ପାକିସ୍ତାନରେ 14 ଆତଙ୍କବାଦୀଙ୍କୁ ଧରିବା ପାଇଁ ଇନାମ ଘୋଷଣା
ଇସଲମାବାଦ, 20 ଫେବୃଆରୀ(ହି.ସ)-ଖୈବର ପଖ୍ତୁନଖ୍ୱା ସରକାର ପ୍ରଦେଶର ସବୁଠାରୁ ଅଶାନ୍ତ କୁର୍ମ ଜିଲ୍ଲାରେ ରକ୍ତପାତ କରୁଥିବା 14 ଆତଙ୍କବାଦୀଙ୍କୁ ଜୀବନ୍ତ କିମ୍ବା ମୃତ ଧରିବା ପାଇଁ ଇନାମ ଘୋଷଣା କରାଯାଇଛି। ସରକାରୀ ବିଜ୍ଞପ୍ତିରେ ଆନୁମାନିକ ରାଶି ପ୍ରାୟ 130 ମିଲିୟନ ଟଙ୍
ପାକିସ୍ତାନରେ 14 ଆତଙ୍କବାଦୀଙ୍କୁ ଧରିବା ପାଇଁ ଇନାମ ଘୋଷଣା


ଇସଲମାବାଦ, 20

ଫେବୃଆରୀ(ହି.ସ)-ଖୈବର ପଖ୍ତୁନଖ୍ୱା ସରକାର ପ୍ରଦେଶର ସବୁଠାରୁ ଅଶାନ୍ତ କୁର୍ମ ଜିଲ୍ଲାରେ

ରକ୍ତପାତ କରୁଥିବା 14 ଆତଙ୍କବାଦୀଙ୍କୁ ଜୀବନ୍ତ କିମ୍ବା ମୃତ ଧରିବା ପାଇଁ ଇନାମ ଘୋଷଣା କରାଯାଇଛି। ସରକାରୀ

ବିଜ୍ଞପ୍ତିରେ ଆନୁମାନିକ ରାଶି ପ୍ରାୟ 130 ମିଲିୟନ ଟଙ୍କା କୁହାଯାଉଛି।

ଏଆରୱାଇ ନ୍ୟୁଜ ଚ୍ୟାନେଲ ଖବର

ଅନୁସାରେ ସବୁଠାରୁ ଅଧିକ ପୁରସ୍କାର ରାଶି 30 ମିଲିୟନ ଟଙ୍କା ରକ୍ତପାତ ଆତଙ୍କବାଦୀ କାଜିମ ପାଇଁ

ଘୋଷଣା କରାଯାଇଛି। ଅବଶିଷ୍ଟ 13 ଆତଙ୍କବାଦୀ 10 ଲକ୍ଷ ଟଙ୍କାରୁ ନେଇ ଏକ କୋଟି ଟଙ୍କା ପର୍ଯ୍ୟନ୍ତ

ଇନାମ ରହିଛି। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସୁଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନ

ରଖାଯିବ। ଏହି ନିର୍ଣ୍ଣୟ ଆତଙ୍କବାଦ ମୁକାବିଲା ପାଇଁ ସରକାରଙ୍କ ଦୃଢ ପ୍ରୟାସର ଏକ ଅଂଶ ଭାବରେ

ନିଆଯାଇଛି।କୁରମରେ ଆତଙ୍କବାଦୀଙ୍କ ମୁଣ୍ଡ ଉପରେ ଇନାମର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଗୁରୁତ୍ୱପୁର୍ଣ୍ଣ

ସୁଚନା ପ୍ରଦାନ କରିବାକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande