ଦିଲ୍ଲୀରେ ଶପଥ ଗ୍ରହଣ ପୁର୍ବରୁ ବର୍ଷା କଲା ସ୍ୱାଗତ
ନୂଆଦିଲ୍ଲୀ, 20 ଫେବୃଆରୀ (ହି.ସ)-ଜାତୀୟ ରାଜଧାନୀ ଦିଲ୍ଲୀରେ ନୁଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୁର୍ବରୁ ପାଗ ଭଲ ଅଛି।ଭାରତୀୟ ଜନତା ପାର୍ଟୀ(ଭାଜପା) ସରକାରର ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନରେ ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। କିଛି ଦିନ ଧରି ମଧ୍ୟାହ୍ନ ହେବା ମ
ଦିଲ୍ଲୀରେ ଶପଥ ଗ୍ରହଣ ପୁର୍ବରୁ ବର୍ଷା କଲା ସ୍ୱାଗତ


ନୂଆଦିଲ୍ଲୀ,

20 ଫେବୃଆରୀ (ହି.ସ)-ଜାତୀୟ ରାଜଧାନୀ ଦିଲ୍ଲୀରେ ନୁଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୁର୍ବରୁ

ପାଗ ଭଲ ଅଛି।ଭାରତୀୟ ଜନତା ପାର୍ଟୀ(ଭାଜପା) ସରକାରର ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନରେ

ରାମଲୀଳା ମଇଦାନରେ ଅନୁଷ୍ଠିତ ହେବ। କିଛି ଦିନ ଧରି ମଧ୍ୟାହ୍ନ ହେବା ମାତ୍ରେ ସୂର୍ଯ୍ୟକିରଣ

ପ୍ରଖର ହେବାରେ ଲାଗୁଛି।ଦିଲ୍ଲୀ -ଏନସିଆରର କିଛି ଅଞ୍ଚଳରେ ରାତି ଏବଂ କିଛି ଅଞ୍ଚଳରେ ସକାଳେ

ହୋଇଥିବା ବର୍ଷା ଯୋଗୁଁ ପାଗ କୋହଲା ହୋଇଛି।ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ମଧ୍ୟ ଝିପିଝିପି ବର୍ଷା

ହେଉଛି।ଏପରି ଲାଗୁଛି ଯେ ପାଗର ଏପରି ପରିବର୍ତ୍ତନରେ ଆଜି ମଧ୍ୟାହ୍ନ ଅତ୍ୟନ୍ତ ଆନନ୍ଦଦାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande