ମହାକୁମ୍ଭନଗର, 20 ଫେବୃଆରୀ
(ହି.ସ)-ସିଦ୍ଧପୀଠ ଶ୍ରୀ ହଥିୟାରାମ ମଠ ପୀଠାଧୀଶ୍ୱର ସ୍ୱାମୀ ଭବାନୀନନ୍ଦନ ଯତି ଜୀ ମହାରାଜ
ଗୁରୁବାର କହିଛନ୍ତି ଯେ ମହାଶିବରାତ୍ରିର ରାତ୍ରି ଚାରିପ୍ରହର ମଧ୍ୟରେ ଅସଂଖ୍ୟ ପାର୍ଥିବ ଶିବଲିଙ୍ଗ ପୂଜା କରି ମହାକୁମ୍ଭ ପୁର୍ଣ୍ଣାହୁତି କରିବେ। ସେ କହିଛନ୍ତି ଯେ
କାଶୀର ପ୍ରକାଣ୍ଡ ବୈଦିକ ବିଦ୍ୱାନଙ୍କ ନେତୃତ୍ୱରେ ଏକ ଭବ୍ୟ ପୁଜା ରୁଦ୍ରାଭିଷେକ ହେବ। ଏଥିପାଇଁ ଗୁରୁବାରରୁ
ମହାରୁଦ୍ର ସ୍ୱାହାକାର ଏବଂ ଶତଚଣ୍ଡୀ ଆୟୋଜିତ ହୋଇଛି। ଯାହାର ପୁର୍ଣ୍ଣାହୁତି
ମହାଶିବରାତ୍ରି ମହାନିଶା ପୁଜା ସମୟରେ
କରାଯିବ। ସୁଚନାଯୋଗ୍ୟ ଯେ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପ୍ରାୟ:ବସନ୍ତ
ପଞ୍ଚମୀ ସ୍ନାନ ପରେ ସମସ୍ତ ସନ୍ଥ ମହାତ୍ମାସେମାନଙ୍କ
ଶିବିର ଛାଡି ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଆନ୍ତି। ସେହିଭଳି 750 ବର୍ଷ ପ୍ରାଚୀନ ସିଦ୍ଧପୀଠ ଶ୍ରୀ
ହଥିୟାରାମ ମଠ ପୀଠୀଧୀଶ୍ୱର ସ୍ୱାମୀ ମହାମଣ୍ଡଳେଶ୍ୱର ସ୍ୱାମୀ ଭବାନିନନ୍ଦନ ୟତି ଜୀ ମହାରାଜଙ୍କ
ଦ୍ୱାରା ତାଙ୍କର ସିଦ୍ଧପୀଠଙ୍କ ପରମ୍ପରା ଅନୁସାରେ ପୁରା 45 ଦିନ ପର୍ଯ୍ୟନ୍ତ ପ୍ରୟାଗରାଜ
ମହାକୁମ୍ଭ ଅଞ୍ଚଳରେ ରହିଛନ୍ତି।ସେକ୍ଟର 19 ଶଙ୍କରାଚାର୍ଯ୍ୟ ଛକ ମୁରୀ ମାର୍ଗରେ ଅବସ୍ଥିତ
ସିଦ୍ଧପୀଠ ହଥିୟାରାମ ମଠର ଶିବିରରେ ଆରମ୍ଭରୁ ତିନି ମହାମଣ୍ଡଳେଶ୍ୱର ଏକ ସାଥୀରେ
ରହିଆସୁଛନ୍ତି।ସେଠାରେ ନିରନ୍ତର ପୁଜା ଅନୁଷ୍ଠାନ ଏବଂ ଅନ୍ନଛତ୍ର ମଧ୍ୟ ଆୟୋଜିତ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା