ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କୁ ସାରା ଦେଶରୁ ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଦିଲ୍ଲୀର ବିକାଶ ପାଇଁ ସେ ପୂରା ଶ
ଦିଲ୍ଲୀର ନୂଆ     ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)- ଦିଲ୍ଲୀର

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କୁ ସାରା ଦେଶରୁ ଶୁଭେଚ୍ଛା ମିଳୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ,

ଦିଲ୍ଲୀର ବିକାଶ ପାଇଁ ସେ ପୂରା ଶକ୍ତିର ସହିତ କାମ କରିବେ ଏବଂ ତାଙ୍କ କାର୍ଯ୍ୟକାଳ ଫଳପ୍ରଦ

ହେବ ।

ସେ କହିଛନ୍ତି ଯେ,

କ୍ୟାମ୍ପସର ରାଜନୀତି, ରାଜ୍ୟର ସଙ୍ଗଠନ, ନଗରପାଳିକା ପ୍ରଶାସନ ଓ ବିଧାୟକ ତଥା ଏବେ

ମୁଖ୍ୟମନ୍ତ୍ରୀ ଭାବେ ସକ୍ରିୟତାର ସହ କାମ କରି ଆଗକୁ ବଢୁଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତ୍ରୀ

ପଦର ଶପଥ ନେଇଥିବା ପ୍ରବେଶ ସାହିବ ସିଂହ, ଆଶିଷ ସୁଦ, ସରଦାର ମନଜିନ୍ଦର ସିଂହ ସିରମା,

ରବିନ୍ଦ୍ର ଇନ୍ଦ୍ରାଜ ସିଂହ, କପିଲ ମିଶ୍ରା ଓ ପଙ୍କଜ

କୁମାର ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ଟିମ୍ ସାହସ ଓ

ଅନୁଭବର ସଙ୍ଗମ ଅଟେ ଏବଂ ନିଶ୍ଚିତ ଭାବେ ଦିଲ୍ଲୀ ପାଇଁ ସୁଶାସନ ସୁନିଶ୍ଚିତ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande