ନୂଆଦିଲ୍ଲୀ, 20 ଫେବ୍ରୁଆରି (ହି.ସ.)
-ଦିଲ୍ଲୀର
ଶାଲିମାର ବାଗରୁ ବିଜେପିର ବିଧାୟକ ରେଖା ଗୁପ୍ତା ଆଜି ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ
ଗ୍ରହଣ କରିଛନ୍ତି । ଦିଲ୍ଲୀର ରାମଲୀଳା ମୈଦାନରେ ଉପରାଜ୍ୟପାଳ ବିନୟ କୁମାର ସାକସେନା ତାଙ୍କୁ
ଶପଥ ପାଠ କରାଇଛନ୍ତି ।
ବିଜେପି 27 ବର୍ଷ ପରେ
ଦିଲ୍ଲୀରେ କ୍ଷମତାକୁ ଫେରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର
ଗୃହମନ୍ତ୍ରୀ ଅମିତ ଶାହ ଓ ଅନେକ କ୍ୟାବିନେଟ୍ ମନ୍ତ୍ରୀ ଉପସ୍ଥିତ ଥିଲେ । ରେଖା ଗୁପ୍ତ ଦିଲ୍ଲୀର
ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଅଟନ୍ତି ।
ଉପରାଜ୍ୟପାଳ ପ୍ରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂହ ସିରସା, ରବିନ୍ଦର ସିଂହ ଇନ୍ଦ୍ରାଜ,
କପିଲ ମିଶ୍ରା, ପଙ୍କଜ ସିଂହଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା