ନୂଆଦିଲ୍ଲୀ, ୨୧ ଫେବୃଆରୀ (ହି.ସ.)- ରାଉଜ ଏବେନ୍ୟୁ କୋର୍ଟ ଲ୍ୟାଣ୍ଡ ଫର୍ ଜବ ଦୁର୍ନୀତିର ସିବିଆଇ ସହିତ ଜଡ଼ିତ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବା ମାମଲା ଉପରେ ଫଇସଲା ସୁରକ୍ଷିତ ରଖିଛନ୍ତି । ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବା ମାମଲା ଉପରେ ଫେବୃଆରୀ ୨୫ ରେ ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ସିବିଆଇ ଜାନୁଆରୀ ୩୦ ତାରିଖରେ କୋର୍ଟଙ୍କୁ ଜଣାଇଥିଲେ ଯେ, ପୂର୍ବତନ ଲୋକସେବକ ଆରକେ ମହାଜନଙ୍କ ବିରୋଧରେ ମୋକଦ୍ଦମା ଚଳାଇବା ନିମନ୍ତେ ସ୍ୱୀକୃତି ମିଳି ଯାଇଛି । ସିବିଆଇ କହିଥିଲା ଯେ, ଆରକେ ମହାଜନଙ୍କ ସହିତ ହିଁ ଲାଲୁ ଯାଦବ ସମେତ ମାମଲାରେ ସମସ୍ତ ପୂର୍ବ ଲୋକସେବକଙ୍କ ବିରୋଧରେ ଅଭିୟୋଜନର ମଞ୍ଜୁରୀ ମିଳି ଯାଇଛି । ସିବିଆଇ ୨୦୨୪ ଜୁନ୍ ୭ ତାରିଖରେ ଏହି ମାମଲାରେ ଅନ୍ତିମ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ୭୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏହି ୭୮ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରେଲୱେ ରେ ଚାକିରୀ ପାଇବାକୁ ଥିବା ୩୮ ଜଣ ଆଶାୟୀ ସାମିଲ୍ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ