ଲକ୍ଷ୍ନୌ ଆଦର୍ଶ ଜେଲ୍ ର କଏଦୀମାନେ ମହାକୁମ୍ଭରୁ ଅଣାଯାଇଥିବା ସଂଗମ ଜଳରେ କଲେ ସ୍ନାନ
ଲକ୍ଷ୍ନୌ, ୨୧ ଫେବୃଆରୀ (ହି.ସ.)- ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଆଦର୍ଶ କାରାଗାରର କଏଦୀମାନେ ମହାକୁମ୍ଭରୁ ଅଣାଯାଇଥିବା ସଂଗମ ଜଳରେ ଶୁକ୍ରବାର ସ୍ନାନ କରିଛନ୍ତି । ରାଜ୍ୟର କାରାଗାର ମନ୍ତ୍ରୀ ଦାରାସିଂହ ଚୌହାନଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାରାଗାର ମନ୍ତ୍
ଲକ୍ଷ୍ନୌ ଆଦର୍ଶ ଜେଲ୍ ର କଏଦୀମାନେ ମହାକୁମ୍ଭରୁ ଅଣାଯାଇଥିବା ସଂଗମ ଜଳରେ କଲେ ସ୍ନାନ


ଲକ୍ଷ୍ନୌ, ୨୧ ଫେବୃଆରୀ (ହି.ସ.)- ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସ୍ଥିତ ଆଦର୍ଶ କାରାଗାରର କଏଦୀମାନେ ମହାକୁମ୍ଭରୁ ଅଣାଯାଇଥିବା ସଂଗମ ଜଳରେ ଶୁକ୍ରବାର ସ୍ନାନ କରିଛନ୍ତି । ରାଜ୍ୟର କାରାଗାର ମନ୍ତ୍ରୀ ଦାରାସିଂହ ଚୌହାନଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କାରାଗାର ମନ୍ତ୍ରୀ ଶ୍ରୀ ଚୌହାନ ଆଦର୍ଶ କାରାଗାରରେ ନିଜ ହାତରେ ସଙ୍ଗମ ଜଳର କଳସକୁ ଏକ ବଡ ପାତ୍ରରେ ଢ଼ାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦୀ ମାନଙ୍କ ଧାର୍ମିକ ଭାବନା ଏବଂ ଆସ୍ଥାର ସମ୍ମାନ ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ଜେଲ୍ ରେ କଏଦୀ ମାନଙ୍କୁ ସଙ୍ଗମର ପବିତ୍ର ଜଳରେ ଜେଲ୍ ଭିତରେ ହିଁ ସ୍ନାନ କରାଇବେ । କଏଦୀ ମାନେ ପୂଣ୍ୟ ପ୍ରାପ୍ତିରୁ ବଂଚିତ ହେବେ ନାହିଁ । ସେମାନଙ୍କର ଧାର୍ମିକ ଭାବନାକୁ ଆମେ ସମ୍ମାନ ଜଣାଉଛୁ ।

ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ, ସଙ୍ଗମ ସ୍ନାନ ନିମନ୍ତେ ଇଚ୍ଛୁକ କଏଦୀ ମାନଙ୍କ ନିମନ୍ତେ ଜେଲ୍ ପ୍ରଶାସନ ସେହି ଜେଲ୍ ରେ ହିଁ କୁଣ୍ଡ କିମ୍ବା କୌଣସି ବଡ ଟପ୍ ରେ ସଙ୍ଗମ ଜଳ ଢାଳି ସ୍ନାନର ବ୍ୟବସ୍ଥା କରୁଛନ୍ତି । ଜେଲ୍ ଏହି ସ୍ନାନ ବ୍ୟବସ୍ଥା ସମୟରେ ଜଜ୍ଞ, ହୋମ ଏବଂ କଳସ ପୂଜନର ବ୍ୟବସ୍ଥା ମଧ୍ୟ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande