ଜମ୍ମୁ, 21 ଫେବ୍ରୁଆରି (ହି.ସ.)
- ଭାରତ ଓ
ପାକିସ୍ତାନର ସେନା ଜମ୍ମୁ-କଶ୍ମୀରର ପୁଂଛ ସେକ୍ଟରରେ ଗୁଳିକାଣ୍ଡ ଉପରେ ଚର୍ଚ୍ଚା କରିବା ପାଇଁ
ଶୁକ୍ରବାର ଚକ୍କନ-ଦା-ବାଗ କ୍ରସିଂ ପଏଂଟ ଅଂଚଳରେ ପ୍ଲାଗ ମିଟିଂ କରିଛନ୍ତି । ପ୍ରାୟ 75 ମିନିଟ
ଧରି ଚାଲିଥିବା ବୈଠକରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି । ଉଭୟ ପକ୍ଷ ସୀମା ଉପରେ
ଶାନ୍ତିର ବ୍ୟାପକ ହିତରେ ସଂଘର୍ଷ ବିରାମ ବୁଝାମଣାର ସମ୍ମାନ କରିବା ଉପରେ ସହମତି କରିଛନ୍ତି ।
ଭାରତ ଓ ପାକିସ୍ତାନ ଆଜି
ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ସୀମା ପାର୍ ଗୁଳିକାଣ୍ଡ ଓ ଆଇଇଡି
ଆକ୍ରମଣର ଅନେକ ଘଟଣା ପରେ ଉତ୍ତେଜନା କରିବା ପ୍ରୟାସରେ ଫ୍ଲାଗ ମିଟିଂ କରାଯାଇଛି ।
ଚକ୍କନ-ଦା-ବାଗ କ୍ରସିଂ ପଏଂଟ କ୍ଷେତ୍ରରେ ହୋଇଥିବା ବ୍ରିଗେଡ କମାଣ୍ଡର ସ୍ତରର ଫ୍ଲାଗ ମିଟିଂରେ
ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଉପରେ ଜୋର ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା