ବାରଣାସୀ, 21 ଫେବ୍ରୁଆରି (ହି.ସ.)
- କେନ୍ଦ୍ର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ବନାରସ ରେଳ ଇଂଜିନ କାରଖାନାରେ ନିର୍ମିତ ବିଦ୍ୟୁତ
ରେଳ ଇଂଜିନକୁ ଦେଶକୁ ସମର୍ପିତ କରିଛନ୍ତି । ଅର୍ଥମନ୍ତ୍ରୀ ବରେକାରେ ନିର୍ମିତ ଏହି 375ତମ ରେଳ
ଇଂଜିନ ଅଟେ । ଅର୍ଥ ମନ୍ତ୍ରୀ ପରେ ଡ୍ରାଇଭର କ୍ୟାବରେ ବସି ଏହାର ଟେକ୍ନିକାଲ ବିଶେଷତାକୁ
ଜାଣିଥିଲେ । ସେ ବରେକାର ଅଧିକାରୀ-କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କରିଥିଲେ ।
ସୀତାରମଣ କହିଛନ୍ତି ଯେ,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ ଅନ୍ତର୍ଗତ ଆର୍ଥିକ
ବର୍ଷରେ ବରେକାରେ ଏବେ ସୁଦ୍ଧା 375 ଲୋକୋମୋଟିଭ ନିର୍ମାଣ କରି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି
ହାସଲ କରିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଧିକାରୀ ଓ କର୍ମଚାରୀଙ୍କର ପ୍ରଶଂସା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା