ଫେବୃୟାରୀ 24ରେ ଭାଗଲପୁରରେ ହେବ କିଷାନ ସମ୍ମାନ ସମାରୋହ, ଯୋଗଦେବେ ପିଏମ ମୋଦି
ନୂଆଦିଲ୍ଲୀ, 21 ଫେବ୍ରୁଆରି (ହି.ସ.)- କିଷାନ ସମ୍ମାନ ସମାରୋହ ଫେବୃୟାରୀ 24ରେ ଭାଗଲପୁରରେ ଆୟୋଜିତ କରଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଶୁକ୍ରବାର କୃଷି ଭବନରେ ଆୟୋଜିତ ପ୍ରେସମିଟରେ କେନ୍ଦ୍ର କୃଷିମନ
ଫେବୃୟାରୀ 24ରେ     ଭାଗଲପୁରରେ ହେବ କିଷାନ ସମ୍ମାନ ସମାରୋହ, ଯୋଗଦେବେ ପିଏମ ମୋଦି


ନୂଆଦିଲ୍ଲୀ, 21 ଫେବ୍ରୁଆରି (ହି.ସ.)- କିଷାନ

ସମ୍ମାନ ସମାରୋହ ଫେବୃୟାରୀ 24ରେ ଭାଗଲପୁରରେ ଆୟୋଜିତ କରଯିବ । ଏହି କାର୍ଯ୍ୟକ୍ରମରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଶୁକ୍ରବାର କୃଷି ଭବନରେ

ଆୟୋଜିତ ପ୍ରେସମିଟରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ସୂଚନା ଦେଇଛନ୍ତି ।

ଶିବରାଜ ସିଂହ ଚୌହ୍ୱାନ

କହିଛନ୍ତି ଯେ, ସାରା ଦେଶର ପ୍ରାୟ 9.80 କୋଟି ଚାଷୀଙ୍କୁ ପିଏମ କିଷାନର ଏହି ରାଶି

ପ୍ରଧାନମନ୍ତ୍ରୀ ଟ୍ରାନ୍ସଫର କରିବେ । କିଷାନ ଯୋଜନାରେ 18ତମ କିସ୍ତିରେ କେନ୍ଦ୍ର କୃଷି

ମନ୍ତ୍ରାଳୟ ପକ୍ଷରୁ 20,665 କୋଟି ଟଙ୍କା ଦିଆଯାଇଥିଲା । ଏବେ ଫେବୃୟାରୀ 24ରେ 19ତମ

କିସ୍ତିରେ 22,000 କୋଟି ଟଙ୍କାରୁ ଅଧିକ ରାଶି ଚାଷୀଙ୍କୁ ସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ

ଟ୍ରାନ୍ସଫର କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande